ଭୁବନେଶ୍ବର: ଆଜି ରାଜ୍ୟରେ ୨୨୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୪୧୬ ଓ ସ୍ଥାନୀୟ ଅଞ୍ଚଳରୁ ୮୨୩ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪,୫୩୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆସନ୍ତୁ ଜାଣିବା, କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୫,୨୫୬ ଥିବା ବେଳେ ଖୋର୍ଦ୍ଧାରେ ୯୩୮୦, କଟକରେ ୪୨୪୭, ଗଜପତିରେ ୨୩୯୯, ଯାଜପୁରରେ ୨୨୧୫, ବାଲେଶ୍ବରରେ ୨୨୪୮, ଜଗତସିଂହପୁର ଜିଲ୍ଲାରେ ୧୧୧୩, ପୁରୀରେ ୧୯୦୦, କେନ୍ଦ୍ରାପଡ଼ାରେ ୮୯୫, ଭଦ୍ରକ ଜିଲ୍ଲାରେ ୧୬୮୬, ସୁନ୍ଦରଗଡ଼ରେ ୩୩୨୨, ବଲାଙ୍ଗୀରରେ ୧୦୧୦, କନ୍ଧମାଳରେ ୧୫୬୦, ମୟୂରଭଞ୍ଜରେ ୧୪୮୪, କୋରାପୁଟରେ ୧୯୯୩, ନୟାଗଡ଼ରେ୧୬୪୦, କେନ୍ଦୁଝରରେ ୧୨୮୨, ନୂଆପଡ଼ାରେ ୨୮୬, ଝାରସୁଗୁଡ଼ାରେ ୫୬୬, ଢେଙ୍କାନାଳରେ ୯୫୯, କଳାହାଣ୍ଡିରେ ୮୨୮, ବରଗଡ଼ ଜିଲ୍ଲାରେ ୯୩୪, ଅନୁଗୁଳରେ ୫୩୬, ମାଲକାନଗିରିରେ ୧୪୦୨, ସମ୍ବଲପୁରରେ ୧୫୩୪, ରାୟଗଡ଼ାରେ ୧୩୪୬ , ବୌଦ୍ଧରେ ୪୮୨, ସୋନପୁର ଜିଲ୍ଲାରେ ୩୬୭, ଦେବଗଡ଼ ଜିଲ୍ଲାରେ ୧୩୭ ଓ ନବରଙ୍ଗପୁର ଜିଲ୍ଲାରେ ୫୨୬ରେ ପହଞ୍ଚିଛି।

publive-image EPA

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୪୩,୭୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦,୩୩୯ ରହିଛି। ଏଣେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି।