ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୧୫,୮୮୬, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୨୬୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୭୫ ଓ ସ୍ଥାନୀୟ ଅଞ୍ଚଳରୁ ୧୦୨୩ଜଣ ଅଛନ୍ତି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ୭୧୮କୁ ବୃଦ୍ଧି ପାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୫,୮୮୬ ଥିବା ବେଳେ ଖୋର୍ଦ୍ଧାରେ ୧୦,୮୪୫, କଟକରେ ୪,୯୧୭, ଗଜପତିରେ ୨୫୪୬, ଯାଜପୁରରେ ୨୪୫୯, ବାଲେଶ୍ବରରେ ୨୬୪୦, ଜଗତସିଂହପୁର ଜିଲ୍ଲାରେ୧୨୩୯, ପୁରୀରେ ୨୩୨୬, କେନ୍ଦ୍ରାପଡ଼ାରେ ୧୦୫୧, ଭଦ୍ରକ ଜିଲ୍ଲାରେ ୧୯୨୯, ସୁନ୍ଦରଗଡ଼ରେ ୩୬୮୧, ବଲାଙ୍ଗୀରରେ ୧୨୫୫, କନ୍ଧମାଳରେ ୧୭୩୪, ମୟୂରଭଞ୍ଜରେ ୧୭୮୨, କୋରାପୁଟରେ ୧୯୦୨, ନୟାଗଡ଼ରେ ୧୮୮୩, କେନ୍ଦୁଝରରେ ୧୩୭୦, ନୂଆପଡ଼ାରେ ୩୦୦, ଝାରସୁଗୁଡ଼ାରେ ୭୦୫, ଢେଙ୍କାନାଳରେ ୧୦୨୮, କଳାହାଣ୍ଡିରେ ୯୯୫, ବରଗଡ଼ ଜିଲ୍ଲାରେ ୧୦୬୪, ଅନୁଗୁଳରେ ୬୦୧, ମାଲକାନଗିରିରେ ୧୬୧୨, ସମ୍ବଲପୁରରେ ୧୭୫୫, ରାୟଗଡ଼ାରେ୨୮୧୬, ବୌଦ୍ଧରେ ୫୧୦, ସୋନପୁର ଜିଲ୍ଲାରେ ୪୪୭, ଦେବଗଡ଼ ଜିଲ୍ଲାରେ ୧୪୨ ଓ ନବରଙ୍ଗପୁର ଜିଲ୍ଲାରେ ୬୯୦ରେ ପହଞ୍ଚିଛି।

East Idaho News

ଏଣେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ୭୧୮କୁ ବୃଦ୍ଧି ପାଇ ଥିବା ବେଳେ ଏବେ ରାଜ୍ୟରେ ମୋଟ୍ ୪୮୫୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୬୯୯ ରହିଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୯୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର