କଟକରେ ୧୧,୧୨୭, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୩୪୯୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୦୯୪ ଓ ସ୍ଥାନୀୟ ଅଞ୍ଚଳରୁ ୧୩୯୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୩୧ ହଜାର ୩୮୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୮,୮୧୨ ଥିବା ବେଳେ ଖୋର୍ଦ୍ଧାରେ ୨୨,୭୧୭, କଟକରେ ୧୧,୧୨୭, ଗଜପତିରେ ୩୦୪୭, ଯାଜପୁରରେ ୫୦୬୬, ବାଲେଶ୍ବରରେ ୪୫୨୭, ଜଗତସିଂହପୁର ଜିଲ୍ଲାରେ୨୪୬୩, ପୁରୀରେ ୪୮୪୦, କେନ୍ଦ୍ରାପଡ଼ାରେ ୩୩୯୪, ଭଦ୍ରକ ଜିଲ୍ଲାରେ ୩୪୫୭, ସୁନ୍ଦରଗଡ଼ରେ ୫୦୦୭, ବଲାଙ୍ଗୀରରେ ୨୨୦୯, କନ୍ଧମାଳରେ୨୫୨୦, ମୟୂରଭଞ୍ଜରେ ୫୦୮୦, କୋରାପୁଟରେ ୪୨୪୪, ନୟାଗଡ଼ରେ ୩୪୭୨, କେନ୍ଦୁଝରରେ ୨୫୦୭, ନୂଆପଡ଼ାରେ ୯୮୮, ଝାରସୁଗୁଡ଼ାରେ ୨୦୭୮, ଢେଙ୍କାନାଳରେ ୨୧୪୫, କଳାହାଣ୍ଡିରେ ୧୬୭୭, ବରଗଡ଼ ଜିଲ୍ଲାରେ ୩୬୮୦, ଅନୁଗୁଳରେ ୧୩୭୫, ମାଲକାନଗିରିରେ ୨୬୦୭, ସମ୍ବଲପୁରରେ ୩୪୬୦, ରାୟଗଡ଼ାରେ ୫୬୬୮, ବୌଦ୍ଧରେ ୮୬୮, ସୋନପୁର ଜିଲ୍ଲାରେ ୧୨୯୧, ଦେବଗଡ଼ ଜିଲ୍ଲାରେ ୨୯୨ ଓ ନବରଙ୍ଗପୁର ଜିଲ୍ଲାରେ ୧୫୧୨ରେ ପହଞ୍ଚିଛି।

ଏବେ ରାଜ୍ୟରେ ମୋଟ୍ ୯୯,୩୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧,୩୬୨ରହିଛି। ଏଣେ ଆଜି କରୋନାରେ ଆଉ ୧୩ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର