ପୁରୀରେ ସଂକ୍ରମିତଙ୍କ ସଂଖ୍ୟା ୭,୯୧୩, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୪୨୦୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୪୧ ଓ ସ୍ଥାନୀୟ ଅଞ୍ଚଳରୁ ୧୭୬୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯,୫୬୭ ଥିବା ବେଳେ ଖୋର୍ଦ୍ଧାରେ ୩୦,୧୪୫, କଟକରେ ୧୫,୪୮୫, ଗଜପତିରେ ୩୨୮୧, ଯାଜପୁରରେ ୬୫୦୨, ବାଲେଶ୍ବରରେ ୫୮୮୪, ଜଗତସିଂହପୁର ଜିଲ୍ଲାରେ ୩୬୨୫, ପୁରୀରେ ୭୫୮୭, କେନ୍ଦ୍ରାପଡ଼ାରେ ୩୬୩୨, ଭଦ୍ରକ ଜିଲ୍ଲାରେ ୪୨୯୧, ସୁନ୍ଦରଗଡ଼ରେ ୬୧୭୦, ବଲାଙ୍ଗୀରରେ ୩୩୧୯, କନ୍ଧମାଳରେ ୩୨୮୩, ମୟୂରଭଞ୍ଜରେ ୬୩୨୯, କୋରାପୁଟରେ ୫୨୩୩, ନୟାଗଡ଼ରେ ୪୦୭୩, କେନ୍ଦୁଝରରେ ୩୨୨୧, ନୂଆପଡ଼ାରେ ୧୯୭୩, ଝାରସୁଗୁଡ଼ାରେ ୩୦୦୯, ଢେଙ୍କାନାଳରେ ୨୯୦୩, କଳାହାଣ୍ଡିରେ ୨୩୭୪, ବରଗଡ଼ ଜିଲ୍ଲାରେ ୫୦୦୭, ଅନୁଗୁଳରେ ୨୪୩୫, ମାଲକାନଗିରିରେ ୨୯୮୮, ସମ୍ବଲପୁରରେ ୪୫୭୬, ରାୟଗଡ଼ାରେ ୬୬୦୭, ବୌଦ୍ଧରେ ୧୩୧୪, ସୋନପୁର ଜିଲ୍ଲାରେ ୨୧୮୧, ଦେବଗଡ଼ ଜିଲ୍ଲାରେ ୪୫୬ ଓ ନବରଙ୍ଗପୁର ଜିଲ୍ଲାରେ ୨୫୮୨ରେ ପହଞ୍ଚିଛି।


ଏବେ ରାଜ୍ୟରେ ମୋଟ୍ ୧,୩୭,୫୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭,୨୩୯ ରହିଛି। ଏଣେ ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୬୯୧କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର

Comments are closed.