ଭୁବନେଶ୍ବର: ଆଜି ରାଜ୍ୟରେ ୪୩୩୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୫୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୭୪ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ୮୮୦କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯,୬୧୮ ଥିବା ବେଳେ ଖୋର୍ଦ୍ଧାରେ ୩୦,୭୮୯, କଟକରେ ୧୬,୦୩୪, ଗଜପତିରେ ୩୩୪୦, ଯାଜପୁରରେ ୬୮୩୬, ବାଲେଶ୍ବରରେ ୬୧୮୮, ଜଗତସିଂହପୁର ଜିଲ୍ଲାରେ ୩୯୩୮, ପୁରୀରେ ୮୨୦୫, କେନ୍ଦ୍ରାପଡ଼ାରେ ୩୮୬୨, ଭଦ୍ରକ ଜିଲ୍ଲାରେ ୪୪୦୮, ସୁନ୍ଦରଗଡ଼ରେ ୬୪୧୪, ବଲାଙ୍ଗୀରରେ ୩୪୭୬, କନ୍ଧମାଳରେ ୩୫୬୩, ମୟୂରଭଞ୍ଜରେ ୬୫୮୮, କୋରାପୁଟରେ ୫୪୪୧, ନୟାଗଡ଼ରେ ୪୧୭୩, କେନ୍ଦୁଝରରେ ୩୪୧୧, ନୂଆପଡ଼ାରେ ୨୦୮୭, ଝାରସୁଗୁଡ଼ାରେ ୩୨୪୨, ଢେଙ୍କାନାଳରେ ୩୦୫୦, କଳାହାଣ୍ଡିରେ ୨୫୬୪, ବରଗଡ଼ ଜିଲ୍ଲାରେ ୫୨୨୨, ଅନୁଗୁଳରେ ୨୭୨୦, ମାଲକାନଗିରିରେ ୩୧୧୪, ସମ୍ବଲପୁରରେ ୪୮୩୭, ରାୟଗଡ଼ାରେ ୬୭୮୪, ବୌଦ୍ଧରେ ୧୪୧୬, ସୋନପୁର ଜିଲ୍ଲାରେ ୨୨୮୯, ଦେବଗଡ଼ ଜିଲ୍ଲାରେ ୪୯୧ ଓ ନବରଙ୍ଗପୁର ଜିଲ୍ଲାରେ ୨୮୧୭ରେ ପହଞ୍ଚିଛି।

publive-image

ଏବେ ରାଜ୍ୟରେ ମୋଟ୍ ୧,୪୧,୬୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭,୪୬୯ ରହିଛି। ଏଣେ ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୭୦୧କୁ ବୃଦ୍ଧି ପାଇଛି।