ଖୋର୍ଦ୍ଧାରେ ୩୨,୧୫୩, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୪୧୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୭୩୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯,୭୧୦ ଥିବା ବେଳେ ଖୋର୍ଦ୍ଧାରେ ୩୨,୧୫୩, କଟକରେ ୧୭,୨୧୫, ଗଜପତିରେ ୩୩୬୯, ଯାଜପୁରରେ ୭୧୫୪, ବାଲେଶ୍ବରରେ ୬୪୯୩, ଜଗତସିଂହପୁର ଜିଲ୍ଲାରେ ୪୨୧୮, ପୁରୀରେ ୮୬୫୨, କେନ୍ଦ୍ରାପଡ଼ାରେ ୪୧୪୩, ଭଦ୍ରକ ଜିଲ୍ଲାରେ ୪୫୫୬, ସୁନ୍ଦରଗଡ଼ରେ ୬୭୪୮, ବଲାଙ୍ଗୀରରେ ୩୬୫୮, କନ୍ଧମାଳରେ ୩୭୯୦, ମୟୂରଭଞ୍ଜରେ ୬୯୩୩, କୋରାପୁଟରେ ୫୫୯୪, ନୟାଗଡ଼ରେ ୪୩୦୮, କେନ୍ଦୁଝରରେ ୩୫୦୬, ନୂଆପଡ଼ାରେ ୨୨୦୩, ଝାରସୁଗୁଡ଼ାରେ ୩୫୩୧, ଢେଙ୍କାନାଳରେ ୩୧୭୫, କଳାହାଣ୍ଡିରେ ୨୭୦୯, ବରଗଡ଼ ଜିଲ୍ଲାରେ ୫୪୬୪, ଅନୁଗୁଳରେ ୨୯୫୭, ମାଲକାନଗିରିରେ ୩୨୫୫, ସମ୍ବଲପୁରରେ ୫୦୬୩, ରାୟଗଡ଼ାରେ ୬୯୪୭, ବୌଦ୍ଧରେ ୧୫୩୮, ସୋନପୁର ଜିଲ୍ଲାରେ ୨୩୯୮, ଦେବଗଡ଼ ଜିଲ୍ଲାରେ ୫୧୩ ଓ ନବରଙ୍ଗପୁର ଜିଲ୍ଲାରେ ୨୯୪୬ରେ ପହଞ୍ଚିଛି।

ଏବେ ରାଜ୍ୟରେ ମୋଟ୍ ୧,୪୯,୩୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮,୧୫୮ ରହିଛି।

ସମ୍ବନ୍ଧିତ ଖବର