ଭୁବନେଶ୍ବର: ଆଜି ରାଜ୍ୟରେ ୪୩୪୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧୮୨୩ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ ହଜାର ୮୮୮କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯,୮୭୧ ଥିବା ବେଳେ ଖୋର୍ଦ୍ଧାରେ ୩୩,୪୫୩, କଟକରେ ୧୮,୩୫୯, ଗଜପତିରେ ୩୩୨୪, ଯାଜପୁରରେ ୭୫୦୬, ବାଲେଶ୍ବରରେ ୬୮୧୬, ଜଗତସିଂହପୁର ଜିଲ୍ଲାରେ୪୫୮୪, ପୁରୀରେ ୯୦୭୪, କେନ୍ଦ୍ରାପଡ଼ାରେ ୪୪୦୦, ଭଦ୍ରକ ଜିଲ୍ଲାରେ ୪୭୯୭, ସୁନ୍ଦରଗଡ଼ରେ ୬୯୮୭, ବଲାଙ୍ଗୀରରେ ୩୭୭୮, କନ୍ଧମାଳରେ ୩୯୮୮, ମୟୂରଭଞ୍ଜରେ ୭୧୯୯, କୋରାପୁଟରେ ୫୭୬୦, ନୟାଗଡ଼ରେ ୪୪୪୨, କେନ୍ଦୁଝରରେ ୩୬୩୮, ନୂଆପଡ଼ାରେ୨୩୯୨, ଝାରସୁଗୁଡ଼ାରେ ୩୯୧୦, ଢେଙ୍କାନାଳରେ ୩୩୦୧, କଳାହାଣ୍ଡିରେ ୨୮୨୪, ବରଗଡ଼ ଜିଲ୍ଲାରେ ୫୯୬୩, ଅନୁଗୁଳରେ ୩୨୨୨, ମାଲକାନଗିରିରେ ୩୩୩୩, ସମ୍ବଲପୁରରେ ୫୩୦୪, ରାୟଗଡ଼ାରେ ୭୦୬୦, ବୌଦ୍ଧରେ ୧୬୪୮, ସୋନପୁର ଜିଲ୍ଲାରେ ୨୬୫୮, ଦେବଗଡ଼ ଜିଲ୍ଲାରେ ୫୫୭ ଓ ନବରଙ୍ଗପୁର ଜିଲ୍ଲାରେ ୩୧୫୯ରେ ପହଞ୍ଚିଛି।
/sambad/media/post_attachments/wp-content/uploads/2020/09/covid-19-test-financial-express.jpg)
ଏବେ ରାଜ୍ୟରେ ମୋଟ୍ ୧,୫୭,୨୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮,୮୧୮ ରହିଛି। ଏଣେ ଆଜି କରୋନାରେ ପୁଣି ୧୬ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୫୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।