ପୁରୀରେ ସଂକ୍ରମିତଙ୍କ ସଂଖ୍ୟା ୯୨୭୩, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୪୨୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୬୨ ଓ ସ୍ଥାନୀୟ ଅଞ୍ଚଳରୁ ୧୭୪୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧ ହଜାର ୯୬କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯,୮୭୧ ଥିବା ବେଳେ ଖୋର୍ଦ୍ଧାରେ ୩୪,୧୭୮ , କଟକରେ ୧୯,୯୩୪, ଗଜପତିରେ ୩୪୪୩, ଯାଜପୁରରେ ୭୭୪୩, ବାଲେଶ୍ବରରେ ୬୯୩୪, ଜଗତସିଂହପୁର ଜିଲ୍ଲାରେ୪୭୬୫, ପୁରୀରେ ୯୨୭୩, କେନ୍ଦ୍ରାପଡ଼ାରେ ୪୫୧୦, ଭଦ୍ରକ ଜିଲ୍ଲାରେ ୪୮୪୫, ସୁନ୍ଦରଗଡ଼ରେ ୭୦୬୭, ବଲାଙ୍ଗୀରରେ ୩୮୫୪, କନ୍ଧମାଳରେ ୪୦୯୦, ମୟୂରଭଞ୍ଜରେ ୭୩୫୩, କୋରାପୁଟରେ ୫୮୩୨, ନୟାଗଡ଼ରେ ୪୪୯୪, କେନ୍ଦୁଝରରେ ୩୭୨୦, ନୂଆପଡ଼ାରେ୨୫୬୭, ଝାରସୁଗୁଡ଼ାରେ ୩୯୯୧, ଢେଙ୍କାନାଳରେ ୩୩୬୯, କଳାହାଣ୍ଡିରେ ୨୯୪୦, ବରଗଡ଼ ଜିଲ୍ଲାରେ ୫୮୦୭, ଅନୁଗୁଳରେ ୩୪୧୬, ମାଲକାନଗିରିରେ ୩୩୯୪, ସମ୍ବଲପୁରରେ ୫୪୩୫, ରାୟଗଡ଼ାରେ ୭୧୨୧, ବୌଦ୍ଧରେ ୧୬୭୭, ସୋନପୁର ଜିଲ୍ଲାରେ ୨୬୮୪, ଦେବଗଡ଼ ଜିଲ୍ଲାରେ ୫୭୭ ଓ ନବରଙ୍ଗପୁର ଜିଲ୍ଲାରେ ୩୨୯୦ରେ ପହଞ୍ଚିଛି।

image source–new indianl express

ଏବେ ରାଜ୍ୟରେ ମୋଟ୍ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯,୨୩୨ ରହିଛି। ଏଣେ କରୋନାରେ ପୁଣି ଆଜି ୧୫ଜଣଙ୍କ ମୃତ୍ୟୁ ଘଟିଛି।  ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

ସମ୍ବନ୍ଧିତ ଖବର