ଭୁବନେଶ୍ବର: ଆଜି ରାଜ୍ୟରେ ୪୩୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୨୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮୨୭ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫ହଜାର ୪୫୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯,୯୯୬ ଥିବା ବେଳେ ଖୋର୍ଦ୍ଧାରେ ୩୫,୦୮୦, କଟକରେ ୧୯,୨୩୩, ଗଜପତିରେ ୩୪୬୩, ଯାଜପୁରରେ ୭୮୭୯, ବାଲେଶ୍ବରରେ ୭୧୨୮, ଜଗତସିଂହପୁର ଜିଲ୍ଲାରେ ୪୯୩୬, ପୁରୀରେ ୯୪୪୧, କେନ୍ଦ୍ରାପଡ଼ାରେ ୪୬୨୯, ଭଦ୍ରକ ଜିଲ୍ଲାରେ ୪୯୬୯, ସୁନ୍ଦରଗଡ଼ରେ ୭୧୬୮, ବଲାଙ୍ଗୀରରେ ୩୯୩୦, କନ୍ଧମାଳରେ ୪୧୮୧, ମୟୂରଭଞ୍ଜରେ ୭୫୦୬, କୋରାପୁଟରେ ୫୯୧୪, ନୟାଗଡ଼ରେ ୪୫୪୫, କେନ୍ଦୁଝରରେ ୩୭୭୫, ନୂଆପଡ଼ାରେ ୨୭୪୦, ଝାରସୁଗୁଡ଼ାରେ ୪୧୧୧, ଢେଙ୍କାନାଳରେ ୩୪୫୩, କଳାହାଣ୍ଡିରେ ୩୦୧୧, ବରଗଡ଼ ଜିଲ୍ଲାରେ ୫୯୧୩, ଅନୁଗୁଳରେ ୩୬୧୩, ମାଲକାନଗିରିରେ ୩୪୨୨, ସମ୍ବଲପୁରରେ ୫୫୧୬, ରାୟଗଡ଼ାରେ ୭୨୪୨, ବୌଦ୍ଧରେ ୧୭୨୬, ସୋନପୁର ଜିଲ୍ଲାରେ ୨୬୯୮, ଦେବଗଡ଼ ଜିଲ୍ଲାରେ ୫୯୧ ଓ ନବରଙ୍ଗପୁର ଜିଲ୍ଲାରେ ୩୩୪୮ରେ ପହଞ୍ଚିଛି।
/sambad/media/post_attachments/wp-content/uploads/2020/09/covid-19-test-new-indianl-express-9.jpg)
ଏଣେ କରୋନାରେ ପୁଣି ୧୬ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮୩କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୧,୬୫,୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯,୧୪୮ ରହିଛି।