କଟକରେ ସଂକ୍ରମିତଙ୍କ ସଂଖ୍ୟା ୧୯,୬୧୩, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୩୯୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୦୯ ଓ ସ୍ଥାନୀୟ ଅଞ୍ଚଳରୁ ୧୬୧୩ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯ ହଜାର ୩୭୪କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦,୦୩୫ ଥିବା ବେଳେ ଖୋର୍ଦ୍ଧାରେ ୩୫,୮୯୮, କଟକରେ ୧୯,୬୧୩, ଗଜପତିରେ ୩୪୮୫, ଯାଜପୁରରେ ୭୯୮୨, ବାଲେଶ୍ବରରେ ୭୨୦୦, ଜଗତସିଂହପୁର ଜିଲ୍ଲାରେ ୫୦୫୯, ପୁରୀରେ ୯୬୨୫, କେନ୍ଦ୍ରାପଡ଼ାରେ ୪୭୩୬, ଭଦ୍ରକ ଜିଲ୍ଲାରେ ୫୦୨୦, ସୁନ୍ଦରଗଡ଼ରେ ୭୨୭୧, ବଲାଙ୍ଗୀରରେ ୪୦୧୫, କନ୍ଧମାଳରେ ୪୨୪୩, ମୟୂରଭଞ୍ଜରେ ୭୬୫୫, କୋରାପୁଟରେ ୫୯୮୩, ନୟାଗଡ଼ରେ ୪୫୯୩, କେନ୍ଦୁଝରରେ ୩୯୮୭, ନୂଆପଡ଼ାରେ୨୮୫୪, ଝାରସୁଗୁଡ଼ାରେ ୪୨୨୦, ଢେଙ୍କାନାଳରେ ୩୫୨୯, କଳାହାଣ୍ଡିରେ ୩୦୮୪, ବରଗଡ଼ ଜିଲ୍ଲାରେ ୬୦୬୭, ଅନୁଗୁଳରେ ୩୮୧୩, ମାଲକାନଗିରିରେ ୩୪୯୧, ସମ୍ବଲପୁରରେ ୫୬୩୩, ରାୟଗଡ଼ାରେ ୭୨୯୦, ବୌଦ୍ଧରେ ୧୭୭୪, ସୋନପୁର ଜିଲ୍ଲାରେ ୨୭୨୩, ଦେବଗଡ଼ ଜିଲ୍ଲାରେ ୫୯୯ ଓ ନବରଙ୍ଗପୁର ଜିଲ୍ଲାରେ ୩୩୮୮ରେ ପହଞ୍ଚିଛି।

ଏବେ ରାଜ୍ୟରେ ମୋଟ୍ ୧,୭୦,୧୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮,୩୩୧ ରହିଛି।ଏଣେ କରୋନାରେ ପୁଣି ୧୪ଜଣଙ୍କ ମୃତ୍ୟୁ ଘଟିଛି।  ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

ସମ୍ବନ୍ଧିତ ଖବର