ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ୩୬,୪୦୪, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୩୨୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୨୦ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୨ ହଜାର ୬୦୯କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦,୦୬୩ ଥିବା ବେଳେ ଖୋର୍ଦ୍ଧାରେ ୩୬,୪୦୪, କଟକରେ ୧୯,୯୩୧, ଗଜପତିରେ ୩୫୧୬, ଯାଜପୁରରେ ୮୦୯୨, ବାଲେଶ୍ବରରେ ୭୩୦୦, ଜଗତସିଂହପୁର ଜିଲ୍ଲାରେ ୫୧୪୫, ପୁରୀରେ ୯୭୦୪, କେନ୍ଦ୍ରାପଡ଼ାରେ ୪୮୩୯, ଭଦ୍ରକ ଜିଲ୍ଲାରେ ୫୦୮୭, ସୁନ୍ଦରଗଡ଼ରେ ୭୩୭୨, ବଲାଙ୍ଗୀରରେ ୪୧୧୬, କନ୍ଧମାଳରେ ୪୩୦୫, ମୟୂରଭଞ୍ଜରେ ୭୭୭୩, କୋରାପୁଟରେ ୬୦୪୨, ନୟାଗଡ଼ରେ ୪୬୩୬, କେନ୍ଦୁଝରରେ ୪୦୭୩, ନୂଆପଡ଼ାରେ ୨୯୬୦, ଝାରସୁଗୁଡ଼ାରେ ୪୨୯୧, ଢେଙ୍କାନାଳରେ ୩୫୯୮, କଳାହାଣ୍ଡିରେ ୩୧୨୬, ବରଗଡ଼ ଜିଲ୍ଲାରେ ୬୨୦୪, ଅନୁଗୁଳରେ ୩୯୯୨, ମାଲକାନଗିରିରେ ୩୫୧୨, ସମ୍ବଲପୁରରେ ୫୭୫୩, ରାୟଗଡ଼ାରେ ୭୩୯୧, ବୌଦ୍ଧରେ ୧୮୧୬, ସୋନପୁର ଜିଲ୍ଲାରେ ୨୭୮୮, ଦେବଗଡ଼ ଜିଲ୍ଲାରେ ୬୧୧ ଓ ନବରଙ୍ଗପୁର ଜିଲ୍ଲାରେ ୩୫୧୨ରେ ପହଞ୍ଚିଛି।


ଏଣେ କରୋନାରେ ପୁଣି ୧୬ଜଣଙ୍କ ମୃତ୍ୟୁ ଘଟିଛି।  ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ୍ ୧,୭୩,୫୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮,୧୭୨ ରହିଛି।

ସମ୍ବନ୍ଧିତ ଖବର