ଭୁବନେଶ୍ବର: ଆଜି ରାଜ୍ୟରେ ୧୬୩୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୯୫୫ ଓ ସ୍ଥାନୀୟ ଅଞ୍ଚଳରୁ ୬୭୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୧ହଜାର ୨୧୫କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୧,୦୩୭ ଥିବା ବେଳେ ଖୋର୍ଦ୍ଧାରେ ୪୭,୫୪୧, କଟକରେ ୨୫,୨୩୬, ଗଜପତିରେ ୩୮୨୧, ଯାଜପୁରରେ ୧୦,୫୯୨, ବାଲେଶ୍ବରରେ ୯୮୫୩, ଜଗତସିଂହପୁର ଜିଲ୍ଲାରେ ୭୧୦୨, ପୁରୀରେ ୧୨୨୧୦, କେନ୍ଦ୍ରାପଡ଼ାରେ ୭୨୩୯, ଭଦ୍ରକ ଜିଲ୍ଲାରେ ୬୫୮୫, ସୁନ୍ଦରଗଡ଼ରେ ୧୦୪୬୧, ବଲାଙ୍ଗୀରରେ ୬୩୬୦, କନ୍ଧମାଳରେ ୫୫୬୭, ମୟୂରଭଞ୍ଜରେ ୭୮୩୪, କୋରାପୁଟରେ ୭୧୮୫, ନୟାଗଡ଼ରେ ୫୮୧୪, କେନ୍ଦୁଝରରେ ୫୯୭୯, ନୂଆପଡ଼ାରେ ୫୩୦୧, ଝାରସୁଗୁଡ଼ାରେ ୬୧୩୦, ଢେଙ୍କାନାଳରେ ୪୯୦୦, କଳାହାଣ୍ଡିରେ ୪୮୯୩, ବରଗଡ଼ ଜିଲ୍ଲାରେ ୮୩୭୬, ଅନୁଗୁଳରେ ୭୫୩୧, ମାଲକାନଗିରିରେ ୪୭୦୨, ସମ୍ବଲପୁରରେ ୭୮୦୪, ରାୟଗଡ଼ାରେ ୮୦୨୩, ବୌଦ୍ଧରେ ୨୪୯୨, ସୋନପୁର ଜିଲ୍ଲାରେ ୪୩୧୨, ଦେବଗଡ଼ ଜିଲ୍ଲାରେ ୯୮୬ ଓ ନବରଙ୍ଗପୁର ଜିଲ୍ଲାରେ ୫୦୮୬ରେ ପହଞ୍ଚିଛି।

ଏବେ ରାଜ୍ୟରେ ମୋଟ୍ ୨,୬୨,୦୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭,୮୮୬ ରହିଛି।