ରାସ୍ତାକୁ ଓହ୍ଲାଇଲେ ରାଉରକେଲା କଣ୍ଟେନମେଣ୍ଟ ଜୋନର ଅଧିବାସୀ

ରାଉରକେଲା: ରାଉରକେଲା କଣ୍ଟେନମେଣ୍ଟ ଜୋନରେ ପୁଲିସର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଶତାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । କଣ୍ଟେନମେଣ୍ଟ ନିୟମ ଭାଙ୍ଗି ପୁଲିସ ଦ୍ବାରା କରାଯାଇଥିବା ବ୍ୟାରିକେଡ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ପୁଲିସ ସହ ଯୁକ୍ତିତର୍କ କରି ବ୍ୟାରିକେଡ଼ ଭାଙ୍ଗିବାକୁ ଉଦ୍ୟତ ହେଉଥିଲାବେଳେ ପୁଲିସ ସେମାନଙ୍କୁ ଅଟକାଇ ଥିଲେ l

ସେମାନଙ୍କୁ ବୁଝାସୁଝା କରିବା ସହ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା l ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ପ୍ଲାଣ୍ଟସାଇଟ ଅଞ୍ଚଳରେ ପୁଲିସ ସାଧାରଣ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଆଣିବାକୁ ଛାଡୁନାହାନ୍ତି l

ଅର୍ଡର କଲେ ମଧ୍ୟ ଠିକ ସମୟରେ ପହଞ୍ଚୁ ନଥିବାବେଳେ ବାରମ୍ବାର କହିଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି l ଏଠାରେ ସୂଚନା ଥାଉ କି ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ପରେ ଗତ ଏପ୍ରିଲ ୨୬ ରୁ ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି |

ସମ୍ବନ୍ଧିତ ଖବର