କୋକସରା : କୋକସରା ସଦର ମଣ୍ଡି ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଗତକାଲି କିଛି ଚାଷୀଙ୍କ ଧାନ ପେକ୍ସ କ୍ରୟ କିଣିଥିଲା। ହେଲେ ବୁଧବାର ଧାନକିଣାରେ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ କରି ଚାଷୀମାନେ ମଣ୍ଡି ନିକଟରେ ରାସ୍ତାରୋକ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଅନେକ ସମୟ ପର୍ଯ୍ୟନ୍ତ ମିଲର୍ସ ମଣ୍ଡିରେ ପହଞ୍ଚି ନଥିଲେ। ଫଳରେ ଧାନ କ୍ରୟ ନହେବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାର ପ୍ରତିବାଦ କରିବା ସହ କୋକସରାଠାରେ ଜାତୀୟ ରାଜପଥ ୨୬କୁ ମଣ୍ଡି ନିକଟରେ କିଛି ସମୟ ଅବରୋଧ କରିଥିଲେ।

Advertisment

ଖବର ପାଇ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ଓ କର୍ମଚାରୀ ପହଞ୍ଚି ଚାଷୀ, ମିଲ୍‌ ମାଲିକଙ୍କ ଏଜେଣ୍ଟଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ଚାଷୀମାନେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ। ରାସ୍ତାରୋକ ବେଳେ କୋକସରା ୱାର୍ଡ଼ସଭ୍ୟ ଗୁଣନିଧି ବାଗଙ୍କ ସହ କିଛି ଚାଷୀ ଉପସ୍ଥିତ ଥିଲେ। ଗୁରବାରଠାରୁ ମଣ୍ଡିରୁ ଉଠାଣ ସ୍ୱାଭାବିକ ହେବ ବୋଲି କୋକସରା ତହସିଲଦାର ପ୍ରତିଶ୍ରୁତି ଦେଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି।