କୋରାପୁଟ: କୋରାପୁଟ ଜିଲ୍ଲାରେ ବିଗିଡିଛି ଆଇନଶୃଙ୍ଖଳା ପରିସ୍ଥିତି। ଖାସ କରି ପରବ ହେଲେ ଗାଁରେ ଦେଖିବାକୁ ମିଳେ ଖୁସିର ମାହୋଲ ଆସେ। ଘରେ ଘରେ ଭୋଜିଭାତ ସହ ଗାଁ ଦାଣ୍ଡରେ ଗ୍ରାମ ଦେବତୀଙ୍କ ଆଗମନ ହୁଏ। ହେଲେ ଚଳିତବର୍ଷ ଏହି ପରବ ଆଣିଛି କୋରାପୁଟିଆଙ୍କ ପାଇଁ ଦୁଃଖ। ଗାଁରେ ଭାଷୁଛି ଅତ୍ୟାଧିକ ଦେଶୀ ଓ ବିଦେଶୀ ମଦ। ଏହି ମଦ ଆଣିଛି ଖାଲି ଯେ ଦୁଃଖ ତାହା ନୁହେଁ, ଉଜାଡି ଦେଇଛି ପରିବାର। ଗତ ସପ୍ତାହକ ମଧ୍ୟରେ କୋରାପୁଟ ଉପଖଣ୍ଡରେ ୬ଟି ହତ୍ୟାକାଣ୍ଡ ସଂଙ୍ଗଠିତ ହୋଇଛି। ଏଥିରେ ମହିଳା, କିଶୋର ଓ ଯୁବକ ରହିଛନ୍ତି। ୭ଟି ହତ୍ୟାକାଣ୍ଡରୁ ଗୋଟିଏରେ କେବଳ ମୋବାଇଲକୁ ନେଇ ହୋଇଥିବାବେଳେ ଅନ୍ୟ ସବୁ ହତ୍ୟାକାଣ୍ଡ ପଛରେ ରହିଛି ଉଭୟ ଦେଶୀ ଓ ବିଦେଶୀ ମଦ। କୋରାପୁଟ ସଦରଥାନା ଅଧୀନରେ ଦୁଇଟି ହତ୍ୟାକାଣ୍ଡ, କୋରାପୁଟ ଟାଉନ ଥାନା ଅଧୀନରେ ଦୁଇଟି ହତ୍ୟାକାଣ୍ଡ, ପଟାଙ୍ଗୀ ଓ ନନ୍ଦପୁରରେ ଗୋଟିଏ ଲେଖାଏଁ ହତ୍ୟାକାଣ୍ଡ ସଂଗଠିତ ହୋଇଛି।

Advertisment

ସପ୍ତାହର ପ୍ରଥମ ଦିନରେ ହିଁ କୋରାପୁଟ ସଦର ଥାନା ଏକଟାଗୁଡା କାଜୁ ଜଙ୍ଗଲ ଗଳିତ ଶବ ଉଦ୍ଧାର କରାଯାଇଥିଲା। ମିଳିଥିଲା ଖପୁରି ସହ ହାଡକଙ୍କାଳ। ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ କୂଳକିନାରା ପାଉ ନ ଥିବା ଜଣାପଡିଛି। ସେହିପରି ତିନିଦିନ ତଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପୋଡାଗଡ ଅନ୍ତର୍ଗତ ଲୁକୁମାରି ଗାଁରେ ମଦ ନିଶାରେ ଚୁର ହୋଇ ୩ ବର୍ଷ ପୁଅର ଚିନୁର ଗଣ୍ଡିମୁଣ୍ଡ ଅଲଗା କରି ଦେଇଥିଲା  ମା ଫୁଲମତୀ ମୁଦୁଲି। ପୁଲିସ ହତ୍ୟାରେ ବ୍ୟବହୃତ ହୋଇଥିବା କାତି ଓ ନାଲି ଶାଢିକୁ ଜବତ କରିଥିବା ଜଣାପଡିଛି। ଏହାସହ ଫୁଲମତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପରବ ସମୟରେ ଗାଁରେ ଭୋଜିଭାତ ଚାଲିଥିବାବେଳେ ଏହି କାଣ୍ଡ ଘଟିଥିଲା।

ସେହିପରି କୋରାପୁଟ ସହର ଭୂଦାନ କଲୋନୀରେ  ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଥିଲା । ମଦ୍ୟପ ସ୍ୱାମୀ ଜାମା ମାଝି(୩୮) ଶାବଳ ମାଡରେ ପିଙ୍କି ଓରଫ ସୁନୀତା ମାଝି(୩୩) ସ୍ତ୍ରୀର ଘଟିଛି ମୃତ୍ୟୁ ଘଟିଥିା। ଅତ୍ୟଧିକ ମଦ୍ୟପାନ ଯୋଗୁଁ ଏହି ହତ୍ୟାକାଣ୍ତ ହୋଇଥିବା ପୁଲିସ କହିଛି। ଗତକାଲି କୋରାପୁଟ ଟାଉନ ଥାନା ଅନ୍ତର୍ଗତ ମସିପୁଟ ଗ୍ରାମରେ ମୋବାଇଲରେ ଫ୍ରି-ଫାୟାର ଖେଳକୁ ନେଇ ଜଣେ ନାବାଳକ ସାଙ୍ଗଙ୍କୁ ହତ୍ୟା କରିଛନ୍ତି ଦୁଇ  ସାଙ୍ଗ। ମୃତକ ଜଣକ ହେଲେ ଗାଁର ପିତବାସ ଭୋଇଙ୍କ ପୁଅ ଲୁଲୁ ଭୋଇ(୧୨)। ପୁଲିସ ଲକି ମାଳି(୧୮)ଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ଜଣେ ନାବାଳକଙ୍କୁ ଜୁଭନୋଇଲ କୋର୍ଡରେ ଉପସ୍ଥାପନ କରିଛି। ସେହିପରି କୋରାପୁଟ ଜିଲ୍ଲା  ନନ୍ଦପୁର ବ୍ଲକ ଅଧିନସ୍ଥ ପାଡୁଆ ଥାନା  ଗୋଲୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଗାଦିଆଗୁମା ଗ୍ରାମରେ ଚାଲିଥିଲା ପରବ।

ତିନିଦିନିଆ ପରବରେ ଗାଁରେ ଭୋଜିଭାତ ଚାଲିଥିବାବେଳେ ନିକଟ ଏକ ବର ଗଛରେ ପରଜାବଡ଼ପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଟିପୁଟ ଗ୍ରାମର  ୧୮ ବର୍ଷୀୟ ଯୁବକ କାମେଶ ବଡ଼ନାୟକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଯୁବକଙ୍କ  ଘର ପରଜାବଡ଼ପଡା ଗ୍ରାମ ପଂଚାୟତର ତାଟିପୁଟ  ହୋଇଥିବା ବେଳେ ଗୋଲୁର ଗ୍ରାମ ପଂଚାୟତ ର ଗାଦିଆଗୁମା ଗ୍ରାମ ନିକଟ ବରଗଛ ରେ  କାମେଶ ବଡ଼ନାୟକଙ୍କ  ଶବ ସନ୍ଦେହ ଜନକ ଭାବେ କାହିଁକି ଝୁଲୁଲା ତାହାର ତଦନ୍ତ କରୁଛି ନନ୍ଦପୁର ପୁଲିସ।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସୁଙ୍କି ଗ୍ରାମପଞ୍ଚାୟତର ଗାଉଡ଼ଗୁଡା ଗ୍ରାମରେ ନିଶାସକ୍ତ ଅବସ୍ଥାରେ ଘରକୁ ଅପରାହ୍ନ ପ୍ରାୟ ଚାରିଟା ସମୟରେ ନିଜ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ । ଏହାପରେ ନିଜେ ଦୌଡ଼ି ଦୌଡ଼ି ସୁଙ୍କି ଥାନା ରେ ଯାଇ ଆତ୍ମସମର୍ପଣ କରିବା ସହିତ ଦୋଷ ସ୍ୱୀକାର କରିଥିଲା।

କରୋନା ଯୋଗୁାଁ ଗତ ଦୁଇ ବର୍ଷ ହେଲା ଚଇତି ପରବ ବନ୍ଦ ରହିଥିଲା। ଚଳିତବର୍ଷ ସରକାରଙ୍କ ପକ୍ଷରୁ କୌଣସି କଟକଣା ନ ଥିବାରୁ ଗାଁ ଗାଁରେ ଚାଲିଛି ପରବ। ଭୋଜି ଭାତ ସହ କୁଟୁମ୍ବଙ୍କ ସହ ଚାଲୁଛି ମଦର ଆସର। ଅତ୍ୟଧିକ ମଦ ଯୋଗୁଁ ଉଜୁଡୁଛି ଆଦିବାସୀଙ୍କ ସଂସାର। ଆଉ ଏହାକୁ ଦେଖି ପୁଲିସ ଓ ଅବକାରୀ ବିଭାଗ ଚୁପ ରହିଥିବା ଦେଖିବାକୁ ମିଳିଛି।