ବାରିପଦା : ବୈଷୟିକ ଶିକ୍ଷାନୁଷ୍ଠାନ ଡିଭାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟରିଂ ଏଣ୍ଡ ଟେକ୍ନୋଲଜିର ସଫଳତାରେ ଯୋଡ଼ି ହୋଇଛି ଆଉ ଏକ ଫର୍ଦ୍ଦ। ବାରିପଦା ସହରରେ ଅବସ୍ଥିତ ଏହି ବୈଷୟିକ ଶିକ୍ଷାନୁଷ୍ଠାନ ଏହାର ଗୁଣାତ୍ମକ ଶିକ୍ଷାଦାନ ପାଇଁ ଛାତ୍ରଛାତ୍ରୀଙ୍କର ପ୍ରଥମ ପସନ୍ଦ ହୋଇ ରହିଆସିଛି । ୨୦୦୯ ମସିହାରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନ ଇତି ମଧ୍ୟରେ ୧୨ ଟି ଶିକ୍ଷାବର୍ଷ ଅତିକ୍ରମ କରି ସାରିଛି । ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ଡିଭାଇନ୍ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇଛି।

Advertisment

publive-image

ଚଳିତ ଥର ଜାତୀୟ ସ୍ତରରେ ବାଙ୍ଗାଲୁରୁସ୍ଥିତ ଭାରତର ଅଗ୍ରଣୀ ବ୍ରାଣ୍ଡିଂ କମ୍ପାନୀ ବ୍ରାଣ୍ଡ ଓପୋସ୍, ଲିଡରସିପ୍ ଆଇକନ୍ ଆୱାର୍ଡସ୍ ମାଧ୍ୟମରେ ଚଳିତ ମାସ ୧୫ରେ ଡିଭାଇନକୁ “ବେଷ୍ଟ ଟେକନିକାଲ୍ ଇନଷ୍ଟିଚ୍ୟୁଟ୍ ଇନ୍ ଓଡିଶା” ସମ୍ମାନରେ ସମ୍ମାନିତ କରିଛି। ଯାହାକି ରାଜ୍ୟ ତଥା ମୟୂରଭଞ୍ଜ ପାଇଁ ଗର୍ବ ଓ ଗୌରବର ବିଷୟ। ଖୁବ୍ କମ ସମୟ ମଧ୍ୟରେ ନିଷ୍ଠା, ଉପଯୁକ୍ତ ପରିଚାଳନା, ସମୟପୋଯୋଗୀ ଶିକ୍ଷା, ଗୁଣାତ୍ମକ ଶିକ୍ଷା ପରିବେଶ, ଶୃଙ୍ଖଳା, ସୁ-ଶୃଙ୍ଖଳିତ ପ୍ରଶାସନ, ନିଯୁକ୍ତିଭିତ୍ତିକ ଶିକ୍ଷାଦାନ, ମୂଲ୍ୟବୋଧ ତଥା ଅନୁଶାସନର ଗୁରୁତ୍ଵ ଏବଂ ପରୀକ୍ଷାରେ କୃତକାର୍ଯ୍ୟ ହାର ଆଣିଦେଇଛି ଅନ୍ୟ ମାନଙ୍କ ପାଇଁ ଉଦାହରଣ । ତେଣୁ ଡିଭାଇନ୍ ବହୁବାର ରାଜ୍ୟ ଦରବାରରେ ପୁରସ୍କୃତ ହୋଇଛି । ଏହି ସମ୍ମାନରେ ସମ୍ମାନୀତ ହେବା ପରେ ଡିଭାଇନ୍‌ର ନିର୍ଦ୍ଦେଶକ ତଥା ଟ୍ରଷ୍ଟି ଇଂ ବିପ୍ଲବ ଭଞ୍ଜନ ବୁଗୁଡେଇ ନିଜ ପ୍ରତିକ୍ରିୟାରେ ଖୁସି ବ୍ୟକ୍ତ କରିବା ସହ ଛାତ୍ର-ଛାତ୍ରୀ, ପରିଚାଳନା ସମିତି, ଅଭିଭାବକ, ଅନୁଷ୍ଠାନର ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ତଥା ଶୁଭେଚ୍ଛୁ ମାନଙ୍କୁ ତାଙ୍କର ଅଦମ୍ୟ ସହୋଯୋଗ ପାଇଁ ସାଧୁବାଦ ଜଣାଇଛନ୍ତି ।

publive-image