ଡିଏଫ୍‌ଓ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଅଧୀନରେ କାର୍ଯ୍ୟରତ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ଖୋର୍ଧା ଜଙ୍ଗଲ ଡିଭିଜନ୍‌ର ନୂଆ ଡିଭିଜନାଲ୍‌ ଫରେଷ୍ଟ ଅଫିସର(ଡିଏଫ୍‌ଓ) ଭାବେ ସୁଦୀପ କୁମାର ନାୟକଙ୍କୁ ବଦଳି କରାଯାଇଛି। ଚିଲିକା ଉନ୍ନୟନ କର୍ତୃପକ୍ଷ(ସିଡିଏ)ର ଡେପୁଟି ସିଇଓ ସସ୍ମିତା ଲେଙ୍କାଙ୍କୁ ଆଠଗଡ଼ ଡିଏଫ୍‌ଓ ଭାବେ, ପ୍ରଦୀପ କୁମାର ସେଠୀଙ୍କୁ କେନ୍ଦୁଝର ଡିଏଫ୍‌ଓ ଭାବେ, ହେମନ୍ତ କୁମାର ସାହୁଙ୍କୁ ଫୁଲବାଣୀ କେନ୍ଦୁପତ୍ର ଡିଏଫ୍‌ଓ ଭାବେ, ଅଶୋକ କୁମାର ମିଶ୍ରଙ୍କୁ ସିଟି ଫରେଷ୍ଟ ଡିଭିଜନ୍‌ର ଡିଏଫ୍‌ଓ ଭାବେ, ଆଇଜେଡ୍‌ ଖାନ୍‌ଙ୍କୁ ଜୟପୁର କେନ୍ଦୁପତ୍ର ଡିଏଫ୍‌ଓ ଭାବେ ଓ ନୃସିଂହ ଚନ୍ଦ୍ର ମିଶ୍ରଙ୍କୁ ବାମରା ବନ୍ୟପ୍ରାଣୀ ଡିଏଫ୍‌ଓ ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର