ଦିବ୍ୟାଙ୍ଗ ଯୁବତୀ ଗର୍ଭବତୀ ଘଟଣା : ବିଧାୟକଙ୍କ ପିଏସ୍ଓ ଅଟକ

ଫୁଲବାଣୀ : ଦିବ୍ୟାଙ୍ଗ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିବା ଓ ସେ ଗର୍ଭବତୀ ହେବା ଅଭିଯୋଗରେ ବିବାଦ ଘେରକୁ ଆସିଛନ୍ତି ଫୁଲବାଣୀ ବିଧାୟକଙ୍କ ପିଏସଓ ତଥା କନେଷ୍ଟବଳ ହରିହର ବେହେରା ଓରଫ ପିଣ୍ଟୁ। ଖଜୁରୀପଡ଼ା ଥାନା ପୁଲିସ ପିଣ୍ଟୁଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ଅନୁସାରେ, ଫୁଲବାଣୀ ସରକାରୀ କ୍ବାର୍ଟର୍ସରେ ପିଣ୍ଟୁ ସପରିବାର ରହୁଥିବାବେଳେ ସେଠାରେ ୨ ବର୍ଷ ହେଲା ଜଣେ ଦିବ୍ୟାଙ୍ଗ ଯୁବତୀ କାମ କରୁଥିଲେ। ପିଣ୍ଟୁ ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ଏବେ ଯୁବତୀଜଣକ ୩ ମାସର ଗର୍ଭବତୀ ଥିବା ଜଣାପଡ଼ିବା ପରେ ତାଙ୍କ ମା’ ଏନେଇ ଖଜୁରୀପଡ଼ା ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ ସହ ଦିବ୍ୟାଙ୍ଗ ଯୁବତୀଙ୍କ ଡାକ୍ତରୀ ମାଇନା କରିଛି। ଅନ୍ୟପକ୍ଷରେ ପିଣ୍ଟୁ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ଏଭଳି ସଂଗିନ୍ ଅଭିଯୋଗ ଅଣାଯାଇଛି ଓ ପ୍ରକୃତ ଦୋଷୀଙ୍କୁ ଧରାଯାଉ ବୋଲି ସେ ଦାବି କରିିଛନ୍ତି।

ସମ୍ବନ୍ଧିତ ଖବର