ବଡ଼ସାହି: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଲେ ବଡ଼ସାହି ବ୍ଲକ୍ ଛେଳିଆ ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମର କୁନିଝିଅ ଦିବ୍ୟାଂଶୀ ଆଚାର୍ଯ୍ୟ। ସେ ମାତ୍ର ୨ ବର୍ଷ ୫ ମାସ ବୟସରେ ଦେହର ୧୪ଟି ଅଙ୍ଗର ନାମ, ଇଂରାଜୀ ବର୍ଣ୍ଣମାଳାର ୨୬ଟି ଅକ୍ଷରରେ ଗୋଟିଏ ଲେଖାଏଁ ଶବ୍ଦ, ଜାତୀୟ ସଙ୍ଗୀତ ଗାନ, ୨ଟି ହିନ୍ଦୀ, ଗୋଟିଏ ଇଂରାଜୀ ପଦ୍ୟ ଆବୃତ୍ତି, ୨ଟି ଶ୍ଳୋକ ଗାନ ଓ ୧୦ଟି ଭିନ୍ନ ଭିନ୍ନ ଜୀବଜନ୍ତୁଙ୍କ ଶବ୍ଦକୁ ଅନୁକରଣ କରି ଏହି ସଫଳତା ପାଇଛନ୍ତି।
ନିର୍ଦ୍ଧାରିତ ସମୟ ମଧ୍ୟରେ ଏତକ କରିଥିଲେ ଦିବ୍ୟାଂଶୀ। ଏଥିପାଇଁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଦିବ୍ୟାଂଶୀ ହେଲେ ଇଂ. ସନ୍ତୋଷ ଆଚାର୍ଯ୍ୟ ଓ ପ୍ରିୟମ୍ବଦା ମହାପାତ୍ରଙ୍କ ଝିଅ ତଥା କାର୍ତ୍ତିକ ଆଚାର୍ଯ୍ୟାଙ୍କ ନାତୁଣୀ।