ନିଆରା ଦୀପାବଳି: ଆଲୋକ ଦେଖାଇ ପିତୃପୁରୁଷଙ୍କୁ ବିଦାୟ ଦିଅନ୍ତି ମେହେର ସଂପ୍ରଦାୟର ଲୋକେ

ବୀରମହାରାଜପୁର: ଦୀପାବଳିକୁ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରିଥାନ୍ତି । କିନ୍ତୁ ମେହେର ବୁଣାକାର ମାନେ ଭିନ୍ନ ଢ଼ଙ୍ଗରେ ପାଳନ କରିଛନ୍ତି ।  ପ୍ରଥମେ ସମସ୍ତ ମେହେର ପରିବାରର ମହିଳାମାନେ ସୁଦ୍ଧ ସ୍ନାନ ସାରି ଅରୁଆ ଚାଉଳ ବାଟିଥାନ୍ତି । ଏହାପରେ ତାକୁ ମାଟି ହାଣ୍ଡି ଓ କାଠର ଡାଙ୍ଗ ଓ ଗୁଡଦେଇ ଖଳି କରିଥାନ୍ତି । ଏହି ଚାଉଳ ବଟା ଖଳି ଗରମଥିବା ଅବସ୍ତାରେ ନଡ଼ିଆ ଖୁରାରେ ଗୁଡ଼ ଅଳାଇଚ ଲବଙ୍ଗ କର୍ପୁର ମିଶାଇ ସିଧା ମଣ୍ଡା ଭଳିଆ ସ୍ବାଦିଷ୍ଟ (ଗଇଠା) ତାଙ୍କର ଭାଷାରେ ତିଆରି କରିଥାନ୍ତି । ଏହାପରେ ସାତଟି ଦ୍ବୀପରେ ଏକ ଥାଳୀରେ ନିଜର ଇଷ୍ଟ ଦେବତା ଓ ପିତୃପୁରୁଷଙ୍କୁ ଅର୍ପଣ କରିଥାନ୍ତି।

ପର୍ବ ପାଳନ ସମୟରେ‌ ମୋନେ ଏକ ଗୀତ ଗାଇଥାନ୍ତି। ଏହା ପୁଣି ସାତ ଥର । ତାଙ୍କ ମେହେର ଭାଷାରେ ସମସ୍ତ ପରିବାର ମିସିକରି ଗୀତ ଗାଇଥାନ୍ତି । ‘ରଜା ବାହାବେ ଆବେ, ଖଣ୍ଡ ଖଜା ଖାବେ, ଅନ୍ଧାରେ ଆବେ, ଉଜାଲେ ଜାବେ, ନଡ଼ିଆ ମହା ପ୍ରସାଦ ଖାବେ, ରଜା ବାହାବେ ଆବେ’ ଘୋଷା ନେଇଥାନ୍ତି ପିଲାମାନେ। ଏହାର ଅର୍ଥ ହେଲା ଆଶ୍ବୀନ ମାସ କୃଷ୍ଣ ପକ୍ଷ ବା ଅପରପକ୍ଷରେ ପିତୃପୁରୁଷଙ୍କ ଶ୍ରାଦ୍ଧ କରାଯାଇଥାଏ ସେମାନଙ୍କୁ ନିମନ୍ତ୍ରଣ କରି । ଜେହେତୁ କୁଷ୍ଣପକ୍ଷରେ ଆକାଶ ଅନ୍ଧାର ଥାଏ ପିତୃପୁରୁଷଙ୍କୁ ବିଦାୟ ଦେଇ ନ ଥାନ୍ତି ମେହେର ସମ୍ପ୍ରଦାୟ। ପୁଣି କାର୍ତ୍ତିକ ମାସରେ ଦୀପାବଳି ଦିନ ଏହି ପିତୃପୁରୁଷଙ୍କୁ ସ୍ବାଦିଷ୍ଟ ଖାଦ୍ୟ ଗଇଠା ଅର୍ପଣ କରାପରେ ଏକ ଆଖୁ ଖଣ୍ଡ ଉପରେ ଉକ୍ତ ଗଇଟା ଉପରେ ଏକ ଦ୍ଵୀପ ଜାଳି ନିଜ କରୁ ବାହାରିଥାନ୍ତି ଗାଁ ଦାଣ୍ଡକୁ ଗୀତା ଗାଇ ଗାଇ ପିତୃପୁରୁଷଙ୍କୁ ବିଦାୟ ଦେଇଥାନ୍ତି ଗାଁ ମୁଣ୍ଡରେ ।

ଏଥିରେ ତାଙ୍କ ବିଶ୍ବାସ ରହିଛି ପିତୃପୁରୁଷଙ୍କୁ ପରିବାର ଉପରେ ଆଶୀର୍ବାଦ କରିଥାନ୍ତି । ଆଧୁନିକ ଯୁଗର ଯୁବ ସମାଜ ଏବେ ବାଣରେ ପରିବେଶକୁ ପ୍ରଦୂଷିତ କରୁଥିବା ବେଳେ ମେହେର ସମ୍ପ୍ରଦାୟର ଏହି ନିଆରା ପରମ୍ପରା ଦୀପାବଳିରେ ପିତୃପୁରୁଷଙ୍କୁ ବିଦାୟ ଦେଇ ପ୍ରଦୂଷଣ ମୁକ୍ତ କରିପାରୁଛନ୍ତି। ଏବର୍ଷ କରୋନା କଟକଣା ଯୋଗୁଁ ସମସ୍ତ ପରିବାର ଏକା ସାଙ୍ଗରେ ନବାହାରି କେବଳ ଘରର ମୁଖିଆମାନେ ଏହି କାର୍ଯ୍ୟକ୍ରମ ସାମିଲ ହୋଇଥିବା ଦିନବନ୍ଧୁ ମେହେର କହିଛନ୍ତି ।

-ବୀରମହାରାଜପୁରରୁ ସମ୍ବାଦ ପ୍ରତିନିଧି ଯୁଗଳ କିଶୋର ମିଶ୍ର

ସମ୍ବନ୍ଧିତ ଖବର