ସୁବର୍ଣ୍ଣପୁରରେ ଭିନ୍ନକ୍ଷମ ଶିଶୁଙ୍କ ଦୀପାବଳି ମେଳା

ସୋନପୁର : ସୋନପୁରର ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଆର ପକ୍ଷରୁ ଗୋକଣ୍ଣେର୍ଶ୍ବରପଡା ସ୍ଥିତ ଡେ’ କେଆର କେନ୍ଦ୍ରରେ ଠାରେ ବୌଦ୍ଧିକ ଭିନ୍ନକ୍ଷମ ଶିଶୁ ମାନଙ୍କୁ ନେଇ ଦୀପାବଳି ମେଳା ପାଳନ କରାଯାଇଛି। ଆୟୋଜିତ ସଭାରେ କେନ୍ଦ୍ରର ବ୍ୟବସାୟିକ ଚିକିତ୍ସିକ ଡା. ମିତାଲି ଶୁଭଦଶିର୍ନୀ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ରେଆରର ସାଧାରଣ ସଂପାଦକ ଅନଙ୍ଗ ନେଗୀ ସଭା ସଂଯୋଜନା କରିଥିଲେ।

ଏଥିରେ ସୁବର୍ଣ୍ଣପୁର ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ନାୟକ ମୁଖ୍ୟ ଅତିଥି, ବିନିକା ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ, ରେଆରର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ତା, ଉପ ସଭାନେତ୍ରୀ ପଦ୍ମିନୀ ବକ୍ସି, ପରିଚାଳନା କମିଟି ସଦସ୍ୟ ସୌଦାଗର ପାତ୍ର ଓ ହରିପ୍ରିୟା ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶିଶୁମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିବା ସଂଗୀତ, ନୃତ୍ୟ, ମ୍ୟୁଜିକ ଚେୟାର, ରଙ୍ଗୋଲି, ପ୍ରତିଯୋଗିତା କୃତୀ ଶିଶୁମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସୁଦାମ ଗାଇଗରିଆ ଧନ୍ୟବାଦ ଦେଇଥିଲେ। କେନ୍ଦ୍ରର କର୍ମକର୍ତ୍ତା ଜ୍ୟୋତିପ୍ରକାଶ ମିଶ୍ର, ରଶ୍ମିତା ବାରିକି, ଭୁବନ ଲାଲ ସତନାମି, ତୃପ୍ତିମୟୀ ପ୍ରଧାନ, ଉଦ୍ଧବ ବାଗ, ବିଶ୍ବମ୍ବର ସାହୁ, ଅନଙ୍ଗ ଉଦୟ ସିଂ ଦେଓ, ଅଂଜନା ରଣା, ଡା. ବାଳକୃଷ୍ଣ କୁମ୍ଭାର, ସୋନାଲିକା ସୁନା, ରୋଜି ସା, ଗାୟତ୍ରୀ ବହିଦାର, ସଂଯୁକ୍ତା ମେହେର, ଶୈଳବାଳା ସେଠୀ, ସବ୍ୟାରାଣୀ ଜଗଦଲା ସହେଯାଗ କରିଥିଲେ। ସେହିପରି ରାଜୀବଗାନ୍ଧୀ ସେବା କେନ୍ଦ୍ର ଖଲିଆପାଲି ଓ ଲଛିପୁରଠାରେ ପିତାମାତାଙ୍କ ସ୍ନେହ ଶ୍ରଦ୍ଧାରୁ ବଂଚିତ ଏବଂ ଅସହାୟ ଶିଶୁଙ୍କ ସହିତ ଦୀପାବଳି ମେଳା ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସରପଂଚ ରଘୁନାଥ ଅଗ୍ରୱାଲ ଓ ଅଙ୍ଗନବାଡ଼ି କର୍ମୀମାନେ ଯୋଗ ଶିଶୁମାନଙ୍କ ସହ ଉତ୍ସବ ପାଳନ କରିଥିଲେ।

ସମ୍ବନ୍ଧିତ ଖବର