ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧରେ ଆଜି ପ୍ରଶାସନର ଅନୁମତି ବିନା ଏବଂ କୋଭିଡ୍ ନିୟମ ଉଲ୍ଲଂଘନ କରି ବରଯାତ୍ରୀ ଦଳ ଡିଜେ ବଜାଇ ଗାଁ ପରିକ୍ରମା କରୁଥିବା ନେଇ ପୁଲିସ୍ ଖବର ପାଇଥିଲା। ସେଠାରେ ପୁଲିସ ଚଢ଼ଉ କରି ଡିଜେ ଗାଡ଼ିକୁ ଜବତ କରିବା ସହ ୫ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଏଥିସହ ବରଯାତ୍ରୀ ଦ୍ବାରା ବ୍ୟବହୃତ ହୋଇଥିବା ଡିଜେ ଗାଡ଼ିରେ ଥିବା ୨୫ କେଭି ଜେନେରେଟର୍, ୮ଟି ସାଉଣ୍ଡ ବକ୍ସ୍, ୨୦ଟି ଲାଇଟ୍ ଓ ୪ଟି ଆମ୍ପ୍ଲିଫାୟାର୍ ଜବତ ହୋଇଛି। ଗାଡ଼ି ମାଲିକ ଟି. ଭାସ୍କର, ଡ୍ରାଇଭର ଏ. ସନ୍ତୋଷ କୁମାରଙ୍କୁ ଥାନାରେ ଅଟକ ରଖାଯାଇଛି। ଏ ନେଇ ଥାନାରେ କେସ୍ ନମ୍ବର ୨୧୨/୨୦ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କହିଛ ।
ଡିଜେ ଗାଡ଼ି ଜବତ, ୫ ଜଣଙ୍କ ନାଁରେ ମାମଲା
/sambad/media/post_attachments/wp-content/uploads/2020/12/ତ4ୀତକ4ୀ65କତୀ4କୀ65ତ4କତୀ65ତ4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)