ଖୋର୍ଦ୍ଧା ଜିଲ୍ଲାର ଜାମୁଝରୀ ଓ ଜଟଣୀ ନିକଟରେ ହେବ କୋଭିଡ କେୟାର ସେଣ୍ଟର, ଉପଲବ୍ଧ ହେବ ୮୦୦ ଶଯ୍ୟା

ଜିଲ୍ଲା ପ୍ରଶାସନ ଓ ସମ ହସ୍ପିଟାଲ ମଧ୍ୟରେ ଏମଓୟୁ ସ୍ବାକ୍ଷର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ପରିସ୍ଥିତିର ମୁକାବିଲା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସମ ହସ୍ପିଟାଲ ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଛି | ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ୧୩୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ଦ୍ଧିତ ସଂଖ୍ୟାକୁ ଦେଖି ଏବେ  ନୂଆ କୋଭିଡ କେୟାର ସେଣ୍ଟର ନିର୍ମାଣ କରାଯିବ | ଖୋର୍ଦ୍ଧା ଜିଲ୍ଲାର ଜାମୁଝରୀ ଏବଂ ଜଟଣୀରେ ଏହି କୋଭିଡ କେୟାର ସେଣ୍ଟର ନିର୍ମାଣ କରାଯିବ | ଏହି ଦୁଇ କୋଭିଡ୍ କେୟାର ସେଣ୍ଟରରେ ସାମାନ୍ୟ ଲକ୍ଷଣ ଥିବା ଓ ଆଦୌ ଲକ୍ଷଣ ନ ଥିବା କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରାଯିବ।

ଜାମୁଝରୀରେ ନିର୍ମାଣ ହେବାକୁ ଥିବା କୋଭିଡ କେୟାର ସେଣ୍ଟର ୫୦୦ ଶଯ୍ୟା ବିଶିଷ୍ଟ ହେବା ସହ ଜଟଣୀରେ ହେବାକୁ ଥିବା କୋଭିଡ କେୟାର ସେଣ୍ଟର ୩୦୦ଶଯ୍ୟା ବିଶିଷ୍ଟ ହେବ | ନୂତନ କୋଭିଡ କେୟାର ସେଣ୍ଟର ହେବା ଦ୍ୱାରା କରୋନା ରୋଗୀଙ୍କୁ ସଠିକ ସମୟରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ଆଶା ବ୍ୟକ୍ତ କରିଛନ୍ତି | ସୂଚନା ମୁତାବକ, ଖୋର୍ଦ୍ଧାରେ ଏଯାବତ ୧୩୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୮୮୩ଜଣ ସୁସ୍ଥ ହୋଇସାରିଥିବା ବେଳେ ୪୩୮ଟି ସକ୍ରିୟ ମାମଲା ରହିଛି | ଏହା ସହ କରୋନା ଆକ୍ରାନ୍ତ ହୋଇ ୧୦ଜଣ ପ୍ରାଣ ହରାଇଛନ୍ତି |

ସମ୍ବନ୍ଧିତ ଖବର