ଭୁବନେଶ୍ବର: ମେ’ ମାସରେ ସଂକ୍ରମଣ କମିପାରେ ବୋଲି ରାଜ୍ୟର କରୋନା ସ୍ଥିତି ନେଇ ଡିଏମଇଟି ସିଭିକେ ମହାନ୍ତି କହିଛନ୍ତି। ସେ କହିଛନ୍ତି, ଗୋଷ୍ଠୀ ସଂକ୍ରମଣ ଭଳି ଦ୍ରୁତ ଗତିରେ ସଂକ୍ରମଣ ବଢୁଛି। ଏହା ମେ’ ମାସରେ ପିକକୁ ଆସି, ମେ’ ମାସରେ ସଂକ୍ରମଣ କମିପାରେ ବୋଲି ଡିଏମଇଟି ଆଶା ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ବର୍ତ୍ତମାନ ସ୍ଥିତି ବହୁତ ଭଲ ଅଛି। ସ୍ଥିତି ଭଲ ଅଛି ବୋଲି ଢ଼ିଲା ଛାଡ଼ିଦେବା ଠିକ ନୁହେଁ । ଆଗାମୀ ଦିନରେ ସଂଖ୍ୟା ଆହୁରି ବଢ଼ିବ ସେଥିପାଇଁ ଆମେ ପ୍ରସ୍ତୁତ ରହିବା ଦରକାର। ଟ୍ରିପିଲ ଲେୟାର ମାସ୍କ ପିନ୍ଧନ୍ତୁ। ସମସ୍ତ ଜିଲ୍ଲାର ଟୋଲ ଫ୍ରି ନମ୍ବରକୁ ଆକ୍ଟିଭ କରାଯିବ। ସେଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। କେବଳ ସରକାରଙ୍କର ଦାୟିତ୍ୱ ନୁହେଁ ରୋଗୀଙ୍କୁ ଖୋଜିବା, ସାଧାରଣ ଲୋକଙ୍କର ବି କିଛି ଦାୟିତ୍ୱ ରହିବା ଦରକାର। ଲୋକଲ ସ୍ତରରେ ଯିଏ ବି ସଂକ୍ରମିତ ହେଉଛନ୍ତି ସେମାନେ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀମାନଙ୍କୁ ବି ଯୋଗାଯୋଗ କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Infections-May-Fall-Down-in-Next-Month_Thumbnail.jpg)