କଟକ ଓ ଖୋର୍ଦ୍ଧାରେ ସଂପୂର୍ଣ୍ଣ ଅନଲକ୍ ହେବାର ସମ୍ଭାବନା ରହୁନି: ଡିଏମଇଟି

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣର ସ୍ଥିତି ସ୍ଥିର ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି। ସେ କହିଛନ୍ତି, ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୦୦ ରୁ ୧୭୦୦ ଭିତରେ ହିଁ ରହୁଛି। ଵିଶେଷ ବଢିନାହିଁ। ତେଣୁ ସଂକ୍ରମଣ ହାର, ବିଭିନ୍ନ ଜିଲ୍ଲାର ସ୍ଥିତିକୁ ସମୀକ୍ଷା କରି ରାଜ୍ୟ ସରକାର ଅନଲକ ପ୍ରକ୍ରିୟାକୁ ଯିବେ।
ଯଦିବା କେନ୍ଦ୍ର ସରକାର କହିଛନ୍ତି ଯେ ଓଡ଼ିଶା ସମେତ ୫ଟି ରାଜ୍ୟରେ କେଶ ଲୋଡ୍ ଅଧିକ ରହୁଛି। ସେଥିରେ ଆମେ ଥିଲେ ବି ଆମ ରାଜ୍ୟରୁ ହାରାହାରି ୧୮ ଶହ ଦୈନିକ ସଂକ୍ରମଣ ରହୁଛି। ଜାତୀୟ ହାରରେ ଆମ ସଂଖ୍ୟା ନଗଣ୍ୟ
ଡିଏମଇଟି କହିଛନ୍ତି, କଟକ ଓ ଖୋର୍ଦ୍ଧାରେ ସଂପୂର୍ଣ୍ଣ ଅନଲକ୍ ହେବାର ସମ୍ଭାବନା ରହୁନି। ସ୍ଥିତି, ସମୟ, ସଂକ୍ରମଣର ପରିସ୍ଥିତିକୁ ଅନୁଧ୍ୟାନ କରି ଅନଲକ୍ ନିଷ୍ପତ୍ତି ନିଆଯିବ। ଆମ ବିଶେଷଜ୍ଞ କମିଟି ଟିମ୍ ଯାହା କହିବ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ, ସବୁ ନିଷ୍ପତ୍ତି ପରମାନେଣ୍ଟ ନୁହଁ, ଆମେ ସବୁଦିନ ଏଭଳି ବନ୍ଦ ହେଇ ରହିପାରିବାନି।

dmetodisha.gov_.in

ରାଜ୍ୟ ସରକାର ପ୍ରଥମେ କହିଥିଲେ ୩ଟି ସ୍ଥାନରେ ଇକମୋ ଲାଗିବ। ମାତ୍ର ପରବର୍ତ୍ତୀ ସମୟରେ ମାନବ ସମ୍ବଳ ଅଭାବରୁ କେବଳ କଟକ ଏସସିବିରେ ସମସ୍ତ ମେସିନ ରଖିବା ପାଇଁ ନିଷ୍ପତ୍ତି ନିଆଗଲା। ତେବେ ଇକମୋ ମେସିନ ଭିମସାରକୁ ନ ମିଳିବା ପ୍ରସଙ୍ଗରେ ଡିଏମଇଟି କହିଛନ୍ତି ସେଠାରେ କାର୍ଡିଓଥୋରାସିସର ଭିତ୍ତିଭୂମି ନିର୍ମାଣାଧୀନ ଅଛି, ସଂପୂର୍ଣ୍ଣ ହେଲେ, ସେବା ଆରମ୍ଭ ହେବ। ରାଉରକେଲାରେ କିଛି ଦିନ ମଧ୍ୟରେ ଏକମୋ ସେବା ଆରମ୍ଭ ହେବାର ରହିଛି। ଯେତେ ଶୀଘ୍ର ମାନବସମ୍ବଳ ସୁଦୃଢ଼ ହେବ ଓ ଭିତ୍ତିଭୂମି ନିର୍ମାଣ ହେବ ସେତେ ଶୀଘ୍ର ଚିକିତ୍ସା ମିଳିବ। ୩୦ ରୁ ୪୦ ଲକ୍ଷ ଟଙ୍କା ଭିତରେ ଗୋଟିଏ ଇକମୋ ମେସିନ ଲଗାଇବା ବଡ଼ କଥା ନୁହେଁ, ମାତ୍ର ମାନବସମ୍ବଳ ସବୁଠୁ ବଡ଼ ପ୍ରସଙ୍ଗ।
ଏଣେ ଡେଙ୍ଗୁ ପ୍ରସଙ୍ଗରେ ସେ କହିଛନ୍ତି, ଡେଙ୍ଗୁ ପ୍ରତିବର୍ଷ ଜୁଲାଇରୁ ଅକ୍ଟୋବର ମଧ୍ୟରେ ହୁଏ, ରାଜ୍ୟର ସମସ୍ତ ଡାକ୍ତରଖାନାରେ ଡେଙ୍ଗୁ ଚିକିତ୍ସା ପାଇଁ ତାଲିମପ୍ରାପ୍ତ ଡାକ୍ତର ଅଛନ୍ତି, କେବଳ ଜନସଚେତନତା ଦରକାର।

ସମ୍ବନ୍ଧିତ ଖବର