ରାଜ୍ୟର ଦୁଇ କରୋନା ପଜିଟିଭଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି: ଡିଏମଇଟି ଡାକ୍ତର ସିବିକେ ମହାନ୍ତି

ଭୁବନେଶ୍ବର: କରୋନା ନେଇ ଆଜି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି,‘ ବର୍ତ୍ତମାନ ଆମେ ଷ୍ଟେଜ୍ -୨ରେ ଅଛୁ । ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । କରୋନାକୁ ନେଇ ଲୋକେ ଭୟଭୀତ ହୁଅନ୍ତୁ ନାହିଁ । ଲୋକେ ସଚେତନ ହୁଅନ୍ତୁ । ବାହାରକୁ ବାହାରନ୍ତୁ ନାହିଁ ।’ ରାଜ୍ୟର ଦୁଇ କରୋନା ପଜିଟିଭଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସେ ସୂଚନା ଦେଇଛନ୍ତି। ସମସ୍ତେ ନିଜ ହାତକୁ ନିୟମିତ ବ୍ୟବଧାନରେ ଧୋଇବାକୁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନା ଯେପରି ମହାମାରୀର ରୂପ ନେବ ନାହିଁ, ସେ ନେଇ ସରକାର ଗୋଟିଏ ପରେ ଗୋଟିଏ କଠୋର ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଅଧାରୁ ଅଧିକ ଅଞ୍ଚଳ ଲକ୍ ଡାଉନ ବା ତାଲା ବନ୍ଦ ହୋଇଯାଇଥିବା ବେଳେ ଆଜି ମଧ୍ୟରାତ୍ରରୁ ସମଗ୍ର ରାଜ୍ୟକୁ ଲକଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଅର୍ଥାତ୍ ସମସ୍ତ ୩୦ଟି ଜିଲ୍ଲାରେ ଲକଡାଉନ୍ ହେବା ନିଶ୍ଚିତ ହୋଇଯାଇଛି। ଏହି ଲକଡାଉନ୍ ୨୯ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏ ନେଇ ବିଧିବଦ୍ଧ ଘୋଷଣା ଆଜି ଅପରାହ୍ଶ ୪.୩୦ରେ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ନେଇ କରାଯାଉଥିବା ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯିବ ବୋଲି।

ସମ୍ବନ୍ଧିତ ଖବର