ଭୁବନେଶ୍ବର: ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୭ ତାରିଖ ତଥା ଆସନ୍ତାକାଲିଠାରୁ ଦକ୍ଷିଣ ପୂର୍ବାଞ୍ଚଳ ରେଳପଥ ଅଧୀନରେ ଡିଏମୟୁ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବ। ଓଡ଼ିଶା ଭିତରେ ଗଡ଼ିବାକୁ ଥିବା ଏହି ଟ୍ରେନ୍ଗୁଡ଼ିକ ହେଲା ରୁପ୍ସା-ଭଞ୍ଜପୁର-ରୁପ୍ସା, ରୁପ୍ସା-ବାରିପଦା-ରୁପ୍ସା ଓ ବାରିପଦା-ବାଙ୍ଗିରିପୋଷୀ-ବାରିପଦା। ରୁପ୍ସା-ଭଞ୍ଜପୁର-ରୁପ୍ସା(୭୮୦୦୯/୭୮୦୧୦) ଡିଏମୟୁ ପାସେଞ୍ଜର ପ୍ରତିଦିନ(ଶନିବାର ବ୍ୟତୀତ) ରାତି ୯ଟା ୪୦ରେ ରୁପ୍ସାରୁ ଛାଡ଼ି ୧୧ଟା ୧୫ରେ ଭଞ୍ଜପୁରରେ ପହଞ୍ଚିବ। ଫେରିବା ବେଳେ ପ୍ରତିଦିନ(ରବିବାର ବ୍ୟତୀତ) ଭୋର ୩ଟା ୧୫ରେ ଭଞ୍ଜପୁରରୁ ଛାଡ଼ି ୪ଟା ୪୦ରେ ରୁପ୍ସାରେ ପହଞ୍ଚିବ। ରୁପ୍ସା-ଭଞ୍ଜପୁର-ରୁପ୍ସା ଡିଏମୟୁ ପାସେଞ୍ଜର(୭୮୦୧୧/୭୮୦୧୨) ପ୍ରତିଦିନ(ରବିବାର ବ୍ୟତୀତ) ସକାଳ ୬ଟା ୩୨ରେ ରୁପ୍ସାରୁ ଛାଡ଼ିବ ଏବଂ ୭ଟା ୫୫ରେ ଭଞ୍ଜପୁରରେ ପହଞ୍ଚିବ। ଫେରିବା ବେଳେ ପ୍ରତିଦିନ(ରବିବାର ବ୍ୟତୀତ) ସକାଳ ୮ଟା ୫ରେ ଭଞ୍ଜପୁରରୁ ଛାଡ଼ି ୯ଟା ୩୦ରେ ରୁପ୍ସାରେ ପହଞ୍ଚିବ।
ରୁପ୍ସା-ବାରିପଦା-ରୁପ୍ସା ଡିଏମୟୁ ପାସେଞ୍ଜର(୭୮୦୧୫/୭୮୦୧୪) ପ୍ରତିଦିନ(ରବିବାର ବ୍ୟତୀତ) ସକାଳ ୯ଟା ୪୦ରୁ ରୁପ୍ସା ଛାଡ଼ି ୧୦ଟା ୫୫ରେ ବାରିପଦାରେ ପହଞ୍ଚିବ। ଫେରିବା ବେଳେ ପ୍ରତିଦିନ(ଶନିବାର ବ୍ୟତୀତ) ସନ୍ଧ୍ୟା ୬ଟା ୮ରେ ବାରିପଦାରୁ ଛାଡ଼ି ୭ଟା ୩୦ରେ ରୁପ୍ସାରେ ପହଞ୍ଚିବ। ବାରିପଦା-ବାଙ୍ଗିରିପୋଷୀ-ବାରିପଦା(୭୮୦୧୫/୭୮୦୧୪) ଡିଏମୟୁ ପ୍ରତିଦିନ (ରବିବାର ବ୍ୟତୀତ) ୧୦ଟା ୫୭ରେ ବାରିପଦାରୁ ଛାଡ଼ି ୧୧ଟା ୪୫ରେ ବାଙ୍ଗିରିପୋଷୀରେ ପହଞ୍ଚିବ। ଫେରିଲା ବେଳେ ପ୍ରତିଦିନ (ରବିବାର ବ୍ୟତୀତ) ପୂର୍ବାହ୍ନ ୧୧ଟା ୫୫ରେ ବାଙ୍ଗିରିପୋଷୀରୁ ଛାଡ଼ିବ ଏବଂ ୧୨ଟା ୩୮ରେ ବାରିପଦାରେ ପହଞ୍ଚିବ। ବାରିପଦା-ରୁପ୍ସା-ବାରିପଦା ଡିଏମୟୁ ପାସେଞ୍ଜର(୭୮୦୧୬/୭୮୦୧୭) ପ୍ରତିଦିନ(ରବିବାର ବ୍ୟତୀତ) ୧୨ଟା ୪୦ରେ ବାରିପଦା ଛାଡ଼ି ଅପରାହ୍ଣ ୧ଟା ୫୦ରେ ପହଞ୍ଚିବ। ଫେରିବା ସମୟରେ ପ୍ରତିଦିନ(ଶନିବାର ବ୍ୟତୀତ) ଅପରାହ୍ଣ ୨ଟା ୫୮ରେ ରୁପ୍ସାରୁ ଛାଡ଼ି ୪ଟା ୧୫ରେ ବାରିପଦାରେ ପହଞ୍ଚିବ। ବାରିପଦା-ବାଙ୍ଗିରିପୋଷୀ-ବାରିପଦା ଡିଏମୟୁ ପାସେଞ୍ଜର (୭୮୦୧୯/୭୮୦୧୮) ପ୍ରତିଦିନ(ଶନିବାର ବ୍ୟତୀତ) ଅପରାହ୍ଣ ୪ଟା ୧୭ରେ ବାରିପଦାରୁ ଛାଡ଼ି ୫ଟା ୫ରେ ବାଙ୍ଗିରିପୋଷୀରେ ପହଞ୍ଚିବ। ଫେରିବା ସମୟରେ ପ୍ରତିଦିନ(ଶନିବାର ବ୍ୟତୀତ) ଅପରାହ୍ଣ ୫ଟା ୧୫ରେ ବାଙ୍ଗିରିପୋଷୀରୁ ଛାଡ଼ି ସନ୍ଧ୍ୟା ୬ଟା ୫ରେ ବାରିପଦାରେ ପହଞ୍ଚିବ।