ଭୁବନେଶ୍ବର : ଡିଏନ୍ ଗ୍ରୁପ୍ ଉପରେ ଯେତିକି ଚଢ଼ଉ ଚାଲିଛି, ସେତିକି ଟଙ୍କା ମିଳିବାରେ ଲାଗିଛି। ଚତୁର୍ଥ ଦିନରେ ଚଢ଼ଉ ଜାରି ରହିଥିବା ବେଳେ ନଗଦ ଅଢ଼େଇ କୋଟି ଟଙ୍କା ଜବତ କରାଯାଇଛି। ତଦନ୍ତକୁ ଜୋରଦାର କରିଛି ଆୟକର ବିଭାଗ। ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ପ୍ରସାଦ ନାୟକ, ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କୁ ମାରାଥନ୍ ଜେରା କରାଯାଉଛି। ଏତେ ଟଙ୍କା କେଉଁଠୁ ଆସିଲା? ସେହିପରି ଜବତ କରାଯାଇଥିବା ଫାଇଲ, ବ୍ୟାବସାୟିକ କାରବାର କାଗଜପତ୍ର ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ଇଡି ମଧ୍ୟ ଖୁବ୍ଶୀଘ୍ର ଏ ନେଇ ତଦନ୍ତ କରିବ ବୋଲି ସୂଚନା ମିଳିଛି। ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଚଢ଼ଉ ଆଜି ଶେଷ ହୋଇଛି।
ଅନ୍ୟପକ୍ଷରେ ତାଙ୍କୁ ଜେରା କରାଯାଉଥିବା ଖବରକୁ ଡିଏନ୍ ଗ୍ରୁପ୍ ମାଲିକ ଜଗଦୀଶ ନାୟକ ଖଣ୍ଡନ କରିଛନ୍ତି।