ବିଦେଶୀ କମ୍ପାନି ହାତରେ ଡିଓସିଏଲ୍‌, ୧୨୦୦ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଲା

ରାଜଗାଙ୍ଗପୁର : ରାଜଗାଙ୍ଗପୁରସ୍ଥ ଡାଲମିଆ ସିମେଣ୍ଟର ରିଫ୍ୟାକ୍ଟୋରି ୟୁନିଟ୍‌ (ଡିଓସିଏଲ୍‌)କୁ ଏକ ଚୁକ୍ତିନାମା ମାଧ୍ୟମରେ ଏକ ବି‌ଦେଶୀ କମ୍ପାନି ଆର୍‌ଏଚ୍‌ଆଇ ମ୍ୟାଗ୍ନେସିଟାକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରାଯାଇଛି।

ରିଫ୍ୟାକ୍ଟୋରି ୟୁନିଟରେ ପ୍ରାୟ ୧୨୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ନିଜ ବିଭାଗରେ ଏହା ଏସିଆର ଏକ ବଡ଼ କମ୍ପାନି ଭାବେ ପରିଚିତ। ସେୟାର ହସ୍ତାନ୍ତର ଚୁକ୍ତିନାମା ଅନୁଯାୟୀ, ଆର୍‌ଏଚ୍‌ଆଇ ମ୍ୟାଗ୍ନେସିଆ ଇଣ୍ଡିଆ ଲିମିଟେଡ୍‌ର ୨ କୋଟି ୭୦ ଲକ୍ଷ ନୂତନ ସେୟାର ବଦଳରେ ଡିଓସିଏଲ୍‌ର ସମସ୍ତ ବକେୟା ଅଂଶଧନ ହାସଲ କରିବ। ଏଇ ନଭେମ୍ବର ୧୮ ତାରିଖରେ ଆର୍‌ଏଚ୍‌ଆଇ ମ୍ୟାଗ୍ନେସିଟା ଇଣ୍ଡିଆ ଲିମିଟେଡର ସେୟାର ମୂଲ୍ୟ ଉପରେ ଆଧାର କରି ସେୟାର ପିଛା ମୂଲ୍ୟ ୬୪୫.୩୫ ଟଙ୍କା ଥିଲା। ଡାଲମିଆ ସିମେଣ୍ଟର ରିଫ୍ୟାକ୍ଟୋରି ୟୁନିଟକୁ ଗତକାଲି ବିଧିବଦ୍ଧ ଭାବେ ହସ୍ତାନ୍ତର କରାଯିବା ଅବସରରେ ଆର୍‌ଏଚ୍‌ଆଇ ମ୍ୟାଗ୍ନେସିଟା ଇଣ୍ଡିଆର ମୁଖ୍ୟ ପ୍ରମୋଦ ସାଗର ଓ ଡାଲମିଆ ସିମେଣ୍ଟର ମୁଖ୍ୟ ସମୀର ନାଗପାଲ ଉପସ୍ଥିତ ଥିଲେ। ବିଳମ୍ବିତ ରାତ୍ରିରେ ଏହି ଖବର ଜାଣିବାପରେ ନିଜ ଭବିଷ୍ୟତକୁ ନେଇ ରିଫ୍ୟାକ୍ଟୋରି କର୍ମଚାରୀମାନଙ୍କ ମଧ୍ୟରେ ଛନକା ପଶିଛି।

ସମ୍ବନ୍ଧିତ ଖବର