କଟକ: ଇତିହାସ ବର୍ଣ୍ଣିତ ଡାକୋଟା ଐତିହାସିକ କଟକ ମାଟିରେ ପହଞ୍ଚିଛି।। କଟକରେ ବିଜୁବାବୁଙ୍କ ବିମାନକୁ ଦେଖିବା ପାଇଁ ଲାଗିଥିଲା ଭିଡ଼। ଜଗତପୁର, ଶିଖରପୁର, ମଧୁପାଟଣା ମୁଖ୍ୟ ରାଜପଥ ଦେଇ ଡାକୋଟା ଭୁବନେଶ୍ୱର ଅଭିମୁଖେ ଗସ୍ତ କରିଛି।
ତେବେ କଟକର ବିଭିନ୍ନ ସଙ୍ଗଠନ ପକ୍ଷରୁ ଡାକୋଟା ବିମାନକୁ କଟକ ଆନନ୍ଦ ଭବନରେ ରଖିବା ପାଇଁ ଦାବି ହୋଇଛି। ଏହାସହ କଟକ ଆନନ୍ଦ ଭବନରେ ଡାକୋଟାକୁ ରଖିବା ପାଇଁ ସରକାରୀ ସ୍ତରରେ ଆଲୋଚନା ଜାରି ରହିଛି । ତେବେ କଟକରେ ଡାକୋଟା ପହଁଇବା ପରେ ସମସ୍ତଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ଖେଳି ଯାଇଛି।
ଗୌରବମୟ ଡାକୋଟାକୁ ଓଡ଼ିଶାରେ ପାଇ ଓଡ଼ିଆ ଲୋକେ ଗର୍ବ ଅନୁଭବ କରିବା ସ୍ବାଭାବିକ। ବିମାନଟି ୬୪ ଫୁଟ ୮ ଇଞ୍ଚ ଲମ୍ବର। ଏହି ବିମାନର ଡେଣା ଗୁଡ଼ିକର ଚଉଡ଼ା ୯୫ ଫୁଟ। ୧୯୪୭ରେ ଡଚମାନେ ଇଣ୍ଡୋନେସିଆ ଦଖଲ କରିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ କଳିଙ୍ଗ ଏୟାଲାଇନ୍ସର ଦକ୍ଷ ପାଇଲଟ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ଉଦ୍ଧାର କରିଥିଲେ। ତାଙ୍କର ଏହି ଦୁଃସାହାସିକତା ପଇଁ ଇଣ୍ଡୋନେସିଆ ସରକାର ତାଙ୍କୁ 'ଭୂମିପୁତ୍ର' ଆଖ୍ୟା ଦେଇଥିଲେ। ବିଜୁ ପଟ୍ଟନାୟକ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିବ।