ବୌଦ୍ଧ: ପ୍ରେମିକାଙ୍କୁ ପ୍ରତାରଣା ଅଭିଯୋଗରେ ବୌଦ୍ଧ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜଣେ ଡାକ୍ତରଙ୍କୁ ବ୍ରହ୍ମପୁର ମହିଳା ଥାନା ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟରତ ଡାକ୍ତର ତପନ କୁମାର ଶତପଥୀ ଗିରଫ ହୋଇଛନ୍ତି। ଗତକିଛି ବର୍ଷ ହେଲା, ଫେସ୍ବୁକରେ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ମଧ୍ୟରେ ସଂପର୍କ ନିବିଡ଼ ହୋଇଥିଲା। ଡାକ୍ତର ଶତପଥୀ ଜନୈକ ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।
ଗତ ୨୦୧୯ ମସିହାରେ ଡାକ୍ତର ଶତପଥୀ ଅନ୍ୟତ୍ର ବିବାହ କରିଥିଲେ। ୨୦୨୦ ମସିହାଠାରୁ ଡାକ୍ତର ତାଙ୍କ ପ୍ରେମିକାଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ। ଡାକ୍ତର ବିବାହ କରିଥିବା ଅଭିଯୋଗକାରିଣୀ ଯୁବତୀ ଜଣକ ଜାଣିପାରିବା ପରେ ଏନେଇ ସେ ବ୍ରହ୍ମପୁର ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ମହିଳା ଥାନା ପୁଲିସ୍ ମାମଲା ରୁଜୁ କରିଥିବା ବେଳେ ଡାକ୍ତର ଶତପଥୀଙ୍କୁ ଶନିବାର ବୌଦ୍ଧ ଆସି ଗିରଫ କରି ନେଇଥିବା ଜଣାଯାଇଛି।
ପ୍ରେମିକାଙ୍କୁ ପ୍ରତାରଣା ଅଭିଯୋଗରେ ବୌଦ୍ଧ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଗିରଫ
/sambad/media/post_attachments/wp-content/uploads/2020/10/doc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)