କରୋନା ସ୍ବେଚ୍ଛାସେବୀ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଡାକ୍ତର ଗିରଫ 

ବଡ଼ଗାଁ (ସୁନ୍ଦରଗଡ଼) : ଜଣେ କୋଭିଡ୍‌ ସ୍ବେଚ୍ଛାସେବୀ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ବଡ଼ଗାଁ ଡାକ୍ତରଖାନାର ଡାକ୍ତର ଲୋକନାଥ ସାହୁ ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ୩୫୪(କ), ୩, ୨ ଏସ୍‌ଟି ଏସ୍‌ସି ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ‌କରୋନା ସ୍ଥିତିରେ ବଡ଼ଗାଁରେ ଥିବା ରାଜ୍ୟ ସ୍କାଉଟ୍‌ସ ତାଲିମ୍ କେନ୍ଦ୍ର ଆନୁକୂଲ୍ୟରେ ଲୋକଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ଦିଆଯାଉଛି। ସେହି କାମ ପାଇଁ ଦୁଇଦିନ ତଳେ ସ୍ଥାନୀୟ ଡାକ୍ତରଖାନାକୁ ଯାଇଥିବା ଜଣେ ନାବାଳିକା ଛାତ୍ରୀ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତର ଲୋକନାଥ ସାହୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ରୁମ୍‌କୁ ନେଇଥିଲେ। ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସମୟରେ ସ୍ବେଚ୍ଛାସେବୀ ଛାତ୍ରୀଙ୍କୁ ସେ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଡାକ୍ତରଖାନାରୁ ଆସି ଏହି ବିଷୟ ପ୍ରକାଶ କରିବା ପରେ ତନାଘନା ହୋଇଥିଲା। ଶେଷରେ ଘଟଣାର ଦୁଇଦିନ ପରେ ନାବାଳିକାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଡିଏସ୍‌ପି ଜେ.ଏମ୍‌. ପ୍ରଧାନ ଏହି ଘଟଣାର ତଦନ୍ତ କରି ଆଜି ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରିଛନ୍ତି।

ସମ୍ବନ୍ଧିତ ଖବର