୮ ଦଫା ଦାବି ନେଇ ଅକ୍ଟୋବର ୨ରୁ ଓମସା ଡାକ୍ତରଙ୍କ ଧାରଣା

ଭୁବନେଶ୍ୱର: ଆଠ ଦଫା ଦାବି ନେଇ ଅକ୍ଟୋବର ୨ରୁ ଓମସା(ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍‌) ଡାକ୍ତରମାନେ ଧାରଣା ଦେବାକୁ ରବିବାର ଚେତାବନୀ ଦେଇଛନ୍ତି। ସୂଚନା ଅନୁସାରେ ଓମସା ଡାକ୍ତର ସଂଘ ଅକ୍ଟୋବର ୨ରୁ ଶାନ୍ତିପୂର୍ଣ୍ଣ ଧାରଣା ଦେବେ। ଏହି ପ୍ରକାରରେ ଧାରଣା ଅକ୍ଟୋବର ୧୫ ପର୍ଯ୍ୟନ୍ତ ଜାରି ରହିବ। ପ୍ରତିଦିନ ଅପରାହ୍ନ ୧୨ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ। ସେହିପରି ଦାବି ପୂରଣ ନହେଲେ ନଭେମ୍ବର ୫ରୁ କାର୍ଯ୍ୟବନ୍ଦ ରହିବ ବୋଲି ଓମସା ସଂପାଦକ ପୁଣ୍ୟଶ୍ଲୋକ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର