ଅନୁଗୁଳ : ଡାକ୍ତର କରୋନା ଆକ୍ରାନ୍ତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର କୋଭିଡ୍‌ ହସ୍‌ପିଟାଲ୍‌ରେ କାର୍ଯ୍ୟରତ ଜଣେ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ୩୫ ବର୍ଷୀୟ ଡାକ୍ତର ପଜିଟିଭ୍‌ ଥିବା ଜଣାପଡ଼ିବା ପରେ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ମନୋଜ ମହାନ୍ତି କହିଛନ୍ତି। ଆଜିର ଜଣେ ଆକ୍ରାନ୍ତଙ୍କୁ ମିଶା‌ଇବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର