କରୋନା ଲଢ଼େଇରେ ହାରିଗଲେ ଡାକ୍ତର

ପୁରୀ : ପୁରୀ କୋଭିଡ ଚିକିତ୍ସାଳୟରେ କରୋନା ସଂକ୍ରମିତ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିବା କୋଭିଡ ଯୋଦ୍ଧା ଡାକ୍ତର ସୁଶାନ୍ତ ପଣ୍ଡା ଶେଷରେ କରୋନା ସହିତ ଯୁଦ୍ଧ କରି ହାରିଯାଇଛନ୍ତି। ଆଜି ପୂର୍ବାହ୍‌ଣରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ଓଉପଦା ଗ୍ରାମରେ ଡାକ୍ତର ପଣ୍ଡାଙ୍କ ଘର। ଗତବର୍ଷ ସେପ୍ଟେମ୍ବର ମାସରେ ସେ ପୁରୀକୁ ବଦଳି ହୋଇଆସିଥିଲେ। ତାଙ୍କୁ ଆଇଡିଏଚ୍‌ କୋଭିଡ଼ ଚିକିତ୍ସାଳୟର ଦାୟିତ୍ବ ଦିଆଯାଇଥିଲା।

ସମ୍ବନ୍ଧିତ ଖବର