ଡାକ୍ତର ହରେକୃଷ୍ଣ ନାୟକଙ୍କୁ ମିଳିବ ଲାଇଫଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ

ଭଦ୍ରକ: ଭଦ୍ରକ ଜିଲ୍ଲାର ଡାକ୍ତର ହରେକୃଷ୍ଣ ନାୟକଙ୍କୁ ଭାରତୀୟ ଚିକିତ୍ସକ ସଂଘର ରାଜ୍ୟ ଶାଖାର ସର୍ବୋଚ୍ଚ ସମ୍ମାନ ଲାଇଫ ଟାଇମ୍ ଆଚିଭ୍‌ମେଣ୍ଟ ଆୱାର୍ଡ଼ ପ୍ରଦାନ କରାଯିବ। କଟକର ଆଇଏମ୍ଏ ହାଉସ ଠାରେ ଓଡ଼ିଶାର କାର୍ଯ୍ୟକାରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ଡ଼ା ନାୟକଙ୍କୁ ଏହି ପୁରସ୍କାର ଦେବା ପାଇଁ ନିଷ୍ପତ୍ତି ହୋଇଛି।

ଡ଼ା ନାୟକ ଭଦ୍ରକ ଜିଲ୍ଲା ଆଇଏମଏର ସମ୍ପାଦକ ରହିଥିବା ବେଳେ ଆଇଏମ୍ଏର ସଂଗଠନକୁ ସୁଦୃଢ କରିବା ସହ ଏକାଡେମି ଅକ୍ଟିଭିଟି, ଜିଲ୍ଲାସ୍ତରରେ ରାଜ୍ୟ ସମ୍ମିଳନୀ ଆୟୋଜନ କରିବା, ଜିଲ୍ଲାରେ ବିଭିନ୍ନ ସାମାଜିକ କାର୍ଯ୍ୟ କରିବା, କୋଭିଡ୍ ସମୟରେ ବିଭିନ୍ନ କ୍ୟାମ୍ପ କରି ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିବା ଆଦି ସେବା କାର୍ଯ୍ୟ କରିଥିଲେ। ଡାକ୍ତର ନାୟକ ଦୁଇ ଥର ପ୍ରାଦେଶିକ ଉପସଭାପତି, ସହ ସମ୍ପାଦକ ଦାୟିତ୍ବ ନେଇ ସୁଚାରୁ ରୂପେ କାର୍ଯ୍ୟ କରିଥିଲେ। ଏହି ପୁରସ୍କାର ପାଇବା ପାଇଁ ଘୋଷଣା ପରେ ଡାକ୍ତର ନାୟକଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର