ଆଳି : ଯାଜପୁର ଜିଲ୍ଲା ସରକାରୀ ଡାକ୍ତରଖାନାର ଜନୈକ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର କରୋନା ସଂକ୍ରମିତ ଖବର ପ୍ରଚାରିତ ହେବା ପରେ ଆଳିରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆଳି ବ୍ଲକ ଧୋୟାଞ୍ଚଳ ନିବାସୀ ସଂପୃକ୍ତ ଡାକ୍ତର ଗତ ଗୁରୁବାର ଦିନ ଆଳିର ବିଭିନ୍ନ ସରକାରୀ ଅଫିସ ଓ ସାଧାରଣ ସାର୍ବଜନୀନ ସ୍ଥାନ ମାନଙ୍କରେ ବୁଲିବା ସହିତ ବିଭିନ୍ନ ଜନଗହଳି ସ୍ଥାନମାନଙ୍କରେ ବହୁ ଲୋକଙ୍କ ସହିତ ମିଶିଥିବା କାରଣରୁ ସଂକ୍ରମଣ ଆଶଙ୍କାରେ ଲୋକେ ଡରି ଯାଇଛନ୍ତି।
ସଂପୃକ୍ତ ଡାକ୍ତର ଗୁରୁବାର ଦିନ ଆଳି ବ୍ଲକକୁ ଯାଇ ବିଡିଓ ଦିବ୍ୟେନ୍ଦୁ ଦାସଙ୍କୁ ଭେଟି ଜନୈକ ହିତାଧିକାରୀଙ୍କ ପକ୍କାଘର ବିଷୟରେ ଆଲୋଚନା କରିବା ସହିତ ବିଡିଓଙ୍କ ଚ୍ୟାମ୍ବରରେ ବସି ରହିଥିଲେ। ସଂପୃକ୍ତ ଡାକ୍ତର ଜଣଙ୍କ କରୋନା ସଂକ୍ରମିତ ଜାଣିବା ପରେ ବ୍ଲକ କାର୍ଯ୍ୟାଳୟକୁ ସ୍ଥାନୀୟ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରିଥିବାର ବିଡିଓ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏହା ବ୍ୟତିତ ଡାକ୍ତର ଆଳି ବ୍ଲକ ବଳଭଦ୍ରପୁର ଗ୍ରାମର ଜନୈକ ବିଜେପି ସମର୍ଥକଙ୍କ ମାଆ ଏକାଦଶାହରେ ଯୋଗ ଦେଇଥିବା ବେଳେ ବହୁ ବିଜେପି କର୍ମୀଙ୍କ ସଂସ୍ପର୍ଶରେ ଆସିଥିଲେ। ଡାକ୍ତରଙ୍କ ସହିତ ମିଶିଥିବା କାରଣରୁ ସଂକ୍ରମଣ ଆଶଙ୍କାରେ ସଂପୃକ୍ତ ଲୋକ ମାନଙ୍କ ଭିତରେ ଛାନିଆ ପଶି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/PHOTO-2020-07-11-23-40-17-1.jpg)