ରୋଗୀ ସେବା ବଦଳରେ ନିଶା ପାନ କରି ଶୋଇଗଲେ ଡାକ୍ତର, ତାଲା ପକାଇ ଦେଲେ ସୁରକ୍ଷା କର୍ମୀ

ଗନ୍ଦିଆ: ରୋଗୀ ସେବା କରିବା ବଦଳରେ ଆଉଟଡୋରରେ କାର୍ଯ୍ୟରତ ଜଣେ ଡାକ୍ତର ଶୋଇପଡ଼ିଛନ୍ତି। ଗତକାଲି (ଅକ୍ଟୋବର ୬ତାରିଖ)ରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ପରିସ୍ଥିତି ଦେଖାଯାଇଥିଲା।

ଘଟଣାରୁ ଜଣାଯାଏ ଯେ, ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ କାର୍ଯ୍ୟ କରୁଥିବା ଆୟୁଷ ଡାକ୍ତର ଅବନୀକାନ୍ତ ସାହୁ ଆଉଟଡୋରରେ ଗତକାଲି ସକାଳ ୮ଟା ଠାରୁ ୧ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏଠାକୁ ଆସୁଥିବା ରୋଗୀ ମାନଙ୍କୁକୁ ଦେଖୁଥିଲେ। ହେଲେ ପରିତାପର ବିଷୟ ଯେ ସେ କୁଆଡେ ନିଶା ଶକ୍ତ ଅବସ୍ଥାରେ ଉକ୍ତ ଆଉଟଡୋରରେ ବସିଥିବା ଚୌକିରେ ଶୋଇପଡ଼ିଥିଲେ ବୋଲି ଚର୍ଚ୍ଚା ହେଉଛି। ସେହି ସମୟରେ ଏଠାକୁ ରୋଗୀ ନିଜର ଚିକିତ୍ସା ନିମନ୍ତେ ଆସୁଥିଲେ ସୁଦ୍ଧା ଡାକ୍ତରର ଏପରି ଅବସ୍ଥା ଦେଖି ଛାନିଆ ହୋଇଯାଇଥିଲେ। ଯେତେ ଡାକିଲେ ମଧ୍ୟ ସେ କୁଆଡେ ଶୁଣି ନଥିଲେ। ସେ ସେଠାରେ ସୋଇଥିବା ବେଳେ କାର୍ଯ୍ୟରତ ସୁରକ୍ଷା କର୍ମୀ ତାଙ୍କୁ ବାହାର ପଟୁ କବାଟରେ ତାଲା ପକାଇ ଦେଇଥିଲେ।

ଘଟଣାଟି ପ୍ରଘଟ ହୋଇଯିବାରୁ ସିକୁରିଟି ଉକ୍ତ ଡାକ୍ତରଙ୍କୁ ଯେତେ ଉଠାଇଲେ ମଧ୍ୟ ସେ କୁଆଡେ ଉଠି ନଥିଲେ। ଉକ୍ତ ଡାକ୍ତରଙ୍କର ରୋଗୀ ସେବା ବଦଳରେ ଏପରି କାର୍ଯ୍ୟକୁ ନେଇ ଏହି ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗଦିଆ ବ୍ଲକରେ ୨୯ଟି ପଂଚାୟତର ଜନସାଧାରଣ ମାନେ ସ୍ୱାସ୍ଥ୍ୟ ସେବା ଉପରେ ଏଠାରେ ର୍ନିଭରଶିଳ ଅଟନ୍ତି। ଉକ୍ତ ବ୍ଲକରେ ଦୁଇ ଜଣ ଭେଷଜ ବିଭାଗରେ କାର୍ଯ୍ୟରତ ଥିବାବେଳେ ୬ ଜଣ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତି।

ଯେହେତୁ ବର୍ତମାନ ଆୟୁଷ ଡାକ୍ତର ମାନେ ଆନ୍ଦୋଳନରେ ଅଛନ୍ତି। ସେଥିପାଇଁ ଉକ୍ତ ଡାକ୍ତରଙ୍କୁ ଆଉଟ ଡୋରରେ ରୋଗୀ ଦେଖା କାର୍ଯ୍ୟରେ ନିୟୋଜିତ କରାଯାଇ ଥିବାର ଜଣାଯାଇଛି। ଅବଶ୍ୟ ସେହି ୬ତାରିଖ ଦିନ ଜରୁରୀ ସେବାରେ ଭେଷଜ(ଏଲୋପାଥୀ) ଡାକ୍ତର ନିଶିକାନ୍ତ ମୁଦୁଲି ଥିଲେ। ଉକ୍ତ ଡାକ୍ତର ଏପରି ନିଶାରେ ଥିଲେଜେ ସିକୁରିଟି ଉଠାଇଲେ ମଧ୍ୟ ସେ ଉଠିନଥିଲେ ଉକ୍ତ ଡାକ୍ତରଙ୍କର ଏପରି କାର୍ଯ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଉକ୍ତ ଘଟଣା ସମ୍ପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ଥିତ ପ୍ରଜ୍ଞା ମହାନ୍ତି କୁହନ୍ତି ସେହି ଡାକ୍ତରଙ୍କର ସକାଳ ସମୟରେ ଆଉଟଡୋରରେ ଡିଉଟି ଥିଲା। ସେତେବେଳେ ସେ ଠିକରେ ଏଠାକୁ ଆସିଥିବା ରୋଗୀ ମାନଙ୍କୁ ସେବା ପ୍ରଦାନ କରିଥିଲେ ଓ ସମୟ ୨ଟା ଠାରୁ ୩ଟା ମଧ୍ୟରେ ଯେହେତୁ ଏହି ଆଉଟ ଡୋରରେ ଏସସି ଲାଗିଛି। ସେଥିପାଇଁ ସେ ସେଠାରେ ବିଶ୍ରାମ ନେବା ବେଳେ ଶୋଇ ପଡ଼ିଥିଲେ ବୋଲି ସେ ମତ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର