ଭଞ୍ଜନଗର: ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ପରିପ୍ରେକ୍ଷିରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଦୁଇଜଣ ରୋଗୀଙ୍କୁ ମେଡିକାଲ ଅଧୀକ୍ଷକଙ୍କ ଦମ୍ପତି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯକ୍ଷ୍ମାରୋଗୀ ମାନଙ୍କୁ ଉତ୍ତମ ପୋଷଣ ସହ ସୁସ୍ଥ ଜୀବନ ଯାପନ ନିମନ୍ତେ ସେମାନଙ୍କୁ ପୋଷ୍ୟ ଭାବେ ବିଭିନ୍ନ ଅଧିକାରୀ ଜନପ୍ରତିନିଧି ଓ ବ୍ୟବସାୟୀ ମାନଙ୍କୁ ନିକ୍ଷୟ ମିତ୍ର ଯୋଜନା ମାଧ୍ୟମରେ ଆହ୍ବାନ କରାଯାଇଛି। ସେମାନଙ୍କ ସହିତ ସୁସମ୍ପର୍କ ରଖି ନିୟମିତ ପୋଷଣ ଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ ସ୍ବରୂପ ମେଡିକାଲ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ ଓ ତାଙ୍କ ପତ୍ନୀ ଇନ୍ଦିରା ଶତପଥୀ ଦୁଇଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ସହ ସେମାନଙ୍କୁ ପୁଷ୍ଟିସାର ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ।
ଆଗାମୀ ୬ ମାସ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରତିମାସରେ ଏଭଳି ଖାଦ୍ୟ ସାମଗ୍ରୀ ଦିଆଯିବ ବୋଲି ଶ୍ରୀ ଶତପଥୀ ପ୍ରକାଶ କରିଥିଲେ। ଏଥିସହ ଆଗାମୀ ଦିନରେ ପ୍ରତ୍ୟୋକ ବ୍ୟକ୍ତି ଜଣେ ଜଣେ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିବେଦନ କରିଥିଲେ। ଏଥିରେ ଡା.ବୃନ୍ଦାବନ ଗୌଡ,ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ, ଟିବି ସୁପରଭାଇଜର ବେଦବ୍ରତ ପରିଡାଙ୍କ ସମେତ ଡାକ୍ତରଖାନା କର୍ମଚାରୀ ଉପସ୍ଥିତ ରହିଥିଲେ।