ଭୁବନେଶ୍ବର : ରାଜ୍ୟରେ ନିଯୁକ୍ତ ହେବେ ୧୪୦୩ ନୂତନ ଡାକ୍ତର। ଆଜି ଏ ସଂକ୍ରାନ୍ତରେ ଓପିଏସ୍ସି ସମସ୍ତ କୃତୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ପୂର୍ବରୁ ଓପିଏସ୍ସି ପକ୍ଷରୁ ୨୦୧୯/୨୦ରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୪୦୩ ମେଡିକାଲ ଅଫିସର ନିଯୁକ୍ତ ହେବା ପରେ ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା କିଛିମାତ୍ରାରେ କମିବ ବୋଲି ଆଶା କରାଯାଉଛି।
ପୂର୍ବରୁ ସାଧାରଣ ବର୍ଗର ୧୩୫୮, ଏସ୍ଇବିସିର ୧୩୬, ଏସ୍ସି ୭୦୯ ଓ ଏସ୍ଟି ୧୦୭୫କୁ ମିଶାଇ ସମୁଦାୟ ୩୨୭୮ଟି ପଦବି ପାଇଁ ଓପିଏସ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତହିଁରେ ୧୦୯୨ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/doctor.jpg)