କେନ୍ଦ୍ରାପଡ଼ା: ପୁଲିସ୍ ଓ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଦୁଇ ଡାକ୍ତର କୋର୍ଟରୁ ଜାମିନ୍‌ ପାଇଗଲେ

କେନ୍ଦ୍ରାପଡ଼ା: କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କୁ ମାଡ଼ ମାରି ଖସିଗଲେ ଡାକ୍ତର। ଯଦିଓ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ବିଭିନ୍ନ ସ˚ଗୀନ ଦଫା ଲଗାଇ କୋର୍ଟ ଚାଲାଣ କରିଥିଲା; କିନ୍ତୁ ଅଦାଲତରୁ ଜାମିନ୍‌ ମିଳିଗଲା। ଦୁର୍ଗା ନର୍ସି˚ହୋମ୍‌ର ମାଲିକ ଡାକ୍ତର ପର୍ଶୁରାମ ସାହୁଙ୍କ ଦୁଇ ଡାକ୍ତର ପୁଅ ପୁଲିସକୁ ପିଟି ଏଭଳି ଖସିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୁପ୍ରିମ କୋର୍ଟଙ୍କ ନିୟମାବଳୀ ଅନୁଯାୟୀ ସାତବର୍ଷରୁ କମ୍‌ ସଜା ଥିଲେ ପୁଲିସ କିମ୍ବା କୋର୍ଟ ସ˚ଗେ ସ˚ଗେ ଜାମିନ୍‌ ଦେଇପାରିବ।

ମାତ୍ର ଏହି ଘଟଣାରେ ପୁଲିସ ହତ୍ୟା ଉଦ୍ୟମ(୩୦୭) ଭଳି ସ˚ଗିନ ଦଫା ଦୁଇ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ଲଗାଇଥିଲା। ହେଲେ ଡାକ୍ତରଙ୍କ ଗିରଫଦାରୀକୁ ନେଇ ଓଡ଼ିଶା ମେଡିକାଲ୍‌ ଆସୋସିଏସନ୍‌(ଓମ୍‌ସା) କେନ୍ଦ୍ରାପଡ଼ା ଜିଲ୍ଲା ଶାଖା କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ଏବ˚ ପରେ ପରେ ଉଭୟଙ୍କୁ ଏସ୍‌ଡିଜେଏମ୍‌ କୋର୍ଟରୁ ଜାମିନ୍‌ ମିଳିଯିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାଯୋଗ୍ୟ, ଏକ ନିର୍ଦ୍ଦିଷ୍ଟ ଓ୍ବେଵ ପୋର୍ଟାଲ୍‌ରେ କାର୍ଯ୍ୟରତ ସୁନିଲ ମହାପାତ୍ର ଗତ ୩୧ ରାତି ପ୍ରାୟ ୯ଟା ବେଳେ ଖବର ସ˚ଗ୍ରହ ପାଇଁ କେନ୍ଦ୍ରାପଡ଼ା ସହରରେ ଥିବା ଦୁର୍ଗା ନର୍ସି˚ହୋମ୍‌କୁ ଯାଇଥିଲେ। ସେଠାରେ ମୋବାଇଲ୍‌ରେ ଭିଡିଓ ଉତ୍ତୋଳନ କରୁଥିବା ବେଳେ ନର୍ସି˚ହୋମ୍‌ ମାଲିକ ଡାକ୍ତର ପର୍ଶୁରାମ ସାହୁଙ୍କ ଦୁଇ ପୁଅ ଦେବାଶିଷ ଓ ଶିବାଶିଷ ହଠାତ୍‌ ଆସି ଗାଳିଗୁଲଜ୍‌ କରିବା ସହ ମାଡ଼ ମାରିଥିଲେ। ଏପରିକି ସୁନିଲଙ୍କ ବାଇକ୍‌ ଓ ମୋବାଇଲ୍‌ ଛଡ଼ାଇ ରଖି ଦେଇଥିଲେ। ଏହି ସମୟରେ ନର୍ସି˚ହୋମ୍‌ ଆଗରେ ଭିଡ଼ ହୋଇଥିବା ଦେଖି ସେହି ବାଟ ଦେଇ ଯାଉଥିବା ଜଣେ ପ୍ରଶାସନିକ ଅଧିକାରୀ ପୁଲିସକୁ ଖବର ଦେଇଥିଲେ। ଥାନାଧିକାରୀ ଏସ୍‌ଆଇ ସୌମ୍ୟର˚ଜନ ଜାଲିଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ।

ଏସ୍‌ଆଇ ଶ୍ରୀ ଜାଲି ନର୍ସି˚ହୋମ୍‌କୁ ଯାଇ ଏ ସ˚କ୍ରାନ୍ତରେ ପଚରାଉଚରା କରିବା ସହ ସୁନିଲଙ୍କ ବାଇକ୍‌ ଓ ମୋବାଇଲ୍‌ ଦେବା ପାଇଁ କହିଥିଲେ। ହେଲେ ଦୁଇ ଭାଇ ଦେବାକୁ ମନା କରି ଦେଇଥିଲେ। ଏଭଳି ସ୍ଥିତିରେ ଏସ୍‌ଆଇ ସିସି କ୍ୟାମେରା ଯାଞ୍ଚ କରି ଘଟଣା ପ୍ରକୃତରେ କ’ଣ ବୋଲି ଜାଣିବାକୁ ଚାହିଁବାରୁ ଅଭିଯୁକ୍ତ ଦୁଇ ଭାଇ ତାଙ୍କୁ ଠେଲାପେଲା କରିବା ସହ ଗାଳି କରିଥିବା ଥାନାଧିକାରୀ ସୂଚନା ଦେଇଥିଲେ।


ପୁଲିସ ଆହତ ସାମ୍ବାଦିକ ସୁନିଲଙ୍କ ଅଭିଯୋଗ କ୍ରମେ ୧୨୬/୨୦ରେ ଏକ ମାମଲା ରୁଜୁ କରି ଦୁଇ ଭାଇ ଡାକ୍ତର ଦେବାଶିଷ ସାହୁ ଓ ଡାକ୍ତର ଶିବାଶିଷ ସାହୁଙ୍କୁ ଗିରଫ କରିଥିଲା। ଦୁଇ ଡାକ୍ତରଙ୍କ ଛଡ଼ା ଅନ୍ୟ ୬ ସହଯୋଗୀଙ୍କୁ ବି ଗିରଫ କରାଯାଇଥିଲା। ଶିବାଶିଷ ସାହୁ କଟକର ଏସସିବି ମେଡିକାଲରେ ନିଯୁକ୍ତି ପାଇଥିବା ବେଳେ ଦେବାଶିଷ ସାହୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର

Comments are closed.