ବାତ୍ୟା ପାଇଁ ଡାକ୍ତର ସାକ୍ଷାତକାର ଘୁଞ୍ଚିଲା

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ପଦବି ପାଇଁ ଆସନ୍ତା ୯ତାରିଖରେ ହେବାକୁ ଥିବା ୱାକ୍ ଇନ୍ ଇଣ୍ଟରଭିୟୁକୁ ଘୁଞ୍ଚାଇ ଦିଆଯାଇଛି। ବାତ୍ୟା ପାଇଁ ସତର୍କ ସୂଚନା ଜାରି ହୋଇଥିବାରୁ ଏହାକୁ ନଜରରେ ରଖି ଏହି ସାକ୍ଷାତକାରକୁ ଘୁଞ୍ଚାଯାଇଛି ବୋଲି ଡିଏମ୍‌ଇଟି ପକ୍ଷରୁ କୁହାଯାଇଛି। ଯୋଗ୍ୟ ପ୍ରାର୍ଥୀମାନେ ଦରଖାସ୍ତରେ ସ୍ବାକ୍ଷର କରିବା ସହ ସମସ୍ତ ଡକୁମେଣ୍ଟର ନକଲକୁ ନିଜ ଦ୍ବାରା ଆଟେ‌େଷ୍ଟଡ୍ କରି [email protected]ରେ ମେ ୧୩ତାରିଖ ପୂର୍ବରୁ ପଠାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର