କଟକ :ସାରା ରାଜ୍ୟରେ ଏନ୍ଏମ୍ସି ବିଲ୍କୁ ବିରୋଧ କରି ଆସନ୍ତାକାଲି ସାରା ରାଜ୍ୟର ସାଢେ ୫ହଜାର ଡାକ୍ତର ପାଳିବେ ଧିକ୍କାର ଦିବସ। ସର୍ବଭାରତୀୟ ସଂଘର ଆହ୍ଵାନକ୍ରମେ ରାଜ୍ୟର ୪୧ଟି ଶାଖାରେ ଏନେଇ ପ୍ରତିବାଦ ସଭା, ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପ୍ରଶାସନ ନିକଟରେ ସ୍ମାରକପତ୍ର ପ୍ରଦାନ କରାଯିବ। ତା’ ସହିତ ରାଜ୍ୟପାଳ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଇଏମ୍ଏର ଏକ ପ୍ରତିନିଧିମଣ୍ଡଳୀ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ସଂଘର ସଂପାଦକ ଡାକ୍ତର ଜନ୍ମେଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆଜି ଆଇଏମ୍ଏ ହାଉସ୍ଠାରେ ଅନୁଷ୍ଠିତ ଏକ ଜରୁରି ବୈଠକରେ ସଂଘର ରାଜ୍ୟ ସଭାପତି ଡାକ୍ତର ସନ୍ତୋଷ କୁମାର ମିଶ୍ର, ରାଜ୍ୟ ସଂପାଦକ ଜନ୍ମେଜୟ ମହାପାତ୍ର , ରାଜ୍ୟ କୋଷାଧକ୍ଷ ଡାକ୍ତର ବ୍ରଜ କିଶୋର ଦାସ, କଟକ ଶାଖା ସଭାପତି ବନବିହାରୀ ମିଶ୍ର, ସଂପାଦକ ଡାକ୍ତର ଶକ୍ତି ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ତେବେ କେବଳ ପ୍ରତିବାଦ କରାଯିବ କିନ୍ତୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଆଜି ଡାକ୍ତର ପାଳିବେ ଧିକ୍କାର ଦିବସ
/sambad/media/post_attachments/wp-content/uploads/2018/07/doctor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)