ଚାରିଛକ: ଜରାଜୀର୍ଣ୍ଣ ଅବସ୍ଥାରେ ଡାକ୍ତରଙ୍କ କ୍ୱାର୍ଟର୍ସ

ଚାରିଛକ : ପୁରୀ ଜିଲ୍ଲାର ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ କ୍ୱାର୍ଟର୍ସଗୁଡ଼ିକ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। କ୍ୱାର୍ଟର୍ସ ନଥିବାରୁ ଡାକ୍ତରମାନେ ଏଠାରେ ନ ରହି ପୁରୀ, ଭୁବନେଶ୍ବରରୁ ଯା’ଆସ କରୁଛନ୍ତି। ଫଳରେ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି।

୩୦ ଶଯ୍ୟା ବିଶିଷ୍ଟ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ୪ଟି ଡାକ୍ତର  କ୍ୱାର୍ଟର୍ସ, ୩ୟ ଶ୍ରେଣୀ କର୍ମଚାରୀମାନଙ୍କ ପାଇଁ ୧୨ଟି କ୍ବାର୍ଟର୍ସ, ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୯ଟି କ୍ବାର୍ଟର୍ସ ରହିଥିବା ବେଳେ ବର୍ତ୍ତମାନ ଏହି କ୍ବାର୍ଟର୍ସଗୁଡ଼ିକ ବାସୋପଯୋଗୀ ହୋଇନାହିଁ। କର୍ମଚାରୀମାନେ ଭଡ଼ାଘରେ ରହୁଥିବା ବେଳେ ଡାକ୍ତରମାନେ ଏଠାରେ ରହିବାକୁ ଉଚିତ୍‌ ମନେକରୁନାହାନ୍ତି। ଡାକ୍ତରମାନେ କେବଳ ଜରୁରୀକାଳୀନ ସେବା ଦିନ ଡାକ୍ତରଖାନା ଭିତରେ ରହି ରୋଗୀସେବା କରୁଛନ୍ତି। ଗତ ଚାରିବର୍ଷ ତଳେ ମେଡିକାଲ କ୍ୱାର୍ଟର୍ସ ନିର୍ମାଣ ପାଇଁ ସାଢ଼େ ଆଠ କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କ ଦ୍ବାରା ମାପଚୁପ ହୋଇଥିଲା। ପରେ ୨ ବିଭାଗ ମଧ୍ୟରେ ବିବାଦ ଉପୁଜିବାରୁ ଏହି ଟଙ୍କା ଫେରିଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର