ଜୟପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ମରୁଡ଼ି ପିଛା ଛାଡ଼ୁନି। ଉଚ୍ଚଶିକ୍ଷା ପଢ଼ିବା ପାଇଁ ଏବେ ପୁଣି ୫ଜଣ ଯିବ‌େ। ଆଉ ଦୁଇ ଜଣ ଏଠାରୁ ବଦଳି ହୋଇ ଅନ୍ୟତ୍ର ଚାଳିଥିଲେ। ୧୩୧ଜଣ ଡାକ୍ତର ରହିବା ସ୍ଥାନରେ ଡିଏମଓ ଓ ସୁପରିଟେଣ୍ଡଣ୍ଟ ଆଦିଙ୍କୁ ମିଶାଇ ଏବେ ରହିଛନ୍ତି ୪୭ଜଣ।

Advertisment

ସୂଚନା ଅନୁଯାୟୀ, ଗତ ୨୦୧୮ମସିହା‌ରେ କୋରାପୁଟରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଜୟପୁର–ବୋରିଗୁମ୍ମା ଜାତୀୟ ରାଜପଥର ଫୁଲବାଢ଼ ଠାରେ ନୂଆରେ ନିର୍ମାଣ କରାଯାଇଥିବା ମାତୃ ଓଶିଶୁ କଲ୍ୟାଣ ୱାର୍ଡକୁ ସ୍ଥାନାନ୍ତର ହୋଇଥିଲା। ଅଂଚଳବାସୀ ଉପଯୁକ୍ତ ସ୍ବସ୍ଥ୍ୟସେବା ପାଇବେ। ଧାର୍ଯ୍ୟ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ଏଠାରେ ନିଯୁକ୍ତ ହେବା ସହ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ପାଇବେ ବୋଲି ଆଶା କରିଥିଲେ। କିନ୍ତୁ ତାହା ୬ବର୍ଷ ପରେ ବି ପୁରଣ ହୋଇ ପାରିନି।

ଅପରପକ୍ଷରେ ଜିଲ୍ଲାମୁଖ୍ୟଚିକିତ୍ସାଳୟରେ ଯେଉଁ ଧାର୍ଯ୍ୟ ସଂଖ୍ୟକ ଫାରା ମେଡିକାଲ ଷ୍ଟାଫ, ଏମବିବିଏସ୍ ଡାକ୍ତର ଏବଂ ବିଶେଷଞ ଡାକ୍ତର, ଷ୍ଟାଫ ନର୍ସ, ଟେକ୍ନସିୟାନ, ଆଟେଣ୍ଡାଣ୍ଟ , ଫାର୍ମଶିଷ୍ଟ ଭଳି ପଦବି ବି ପୁରଣ ହୋଇ ପାରିନି। ଯଦିଓ  ପ୍ରସୁତି ଓ ସ୍ତ୍ରୀ ବିଶେଷଞ, ଭେଷଜ, ସର୍ଜରୀ, ଚକ୍ଷୁ ଆଦି ବିଶେଷଜ୍ଞ ରହିଥିଲେ ହେଁ ରେଡିଓଲୋଜି, କାର୍ଡିଆକ୍, ନ୍ୟୁରୋଲୋଜି, ନିଶ୍ଚେତକ, ମନସ୍ତତ୍ତ୍ବବିତ୍ ଭଳି ବହୁ ଜରୁରୀ ବିଶେଷଜ୍ଞ ପଦବି ଖାଲି ପଡ଼ିଛି। ଡିଏଚଏଚରେ ବିଶେଷଜ୍ଞ ଓ ସାଧାରଣ ଡାକ୍ତର ମିଶାଇ ୧୩୧ଟି ପଦବି ରାଜ୍ୟସରକାର ଧାର୍ଯ୍ୟ କରିଛନ୍ତି। ଉପଖଣ୍ଡ ଡାକ୍ତରଖାନା ଜୟପୁରରେ ଥିବା ସମୟରେ ଡାକ୍ତର ଓ ବିଶେଷଞ ଡାକ୍ତର ଅଭାବ ଲାଗି ରହିଥିବା ବେଳେ ଆଶା କରାଯାଉଥିଲା ଡିଏଚଏଚ ହେବା ପରେ ତାହା ଦୂର ହେବ।

ପ୍ରତିବର୍ଷ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ରୋଗୀ ବର୍ହିବିଭାଗ ଓ ଅନ୍ତଃବିଭାଗରେ ୨୫ରୁ ୩୦ହଜାର ରୋଗୀ ଚିକିତ୍ସିତ ହେଉଛନ୍ତି। ବହୁ କଷ୍ଟମଷ୍ଟରେ ନୂଆରେ ରାଜ୍ୟସରକାର ନୂଆ ଡାକ୍ତର ନିଯୁକ୍ତିରେ ୧୪ଜଣ ଡାକ୍ତର ଏଠାରେ ନିଯୁକ୍ତି ଦେବା ପରେ ୫୪କୁ ଡାକ୍ତର ସଂଖ୍ୟା ପହଚିଂଥିବା ବେଳେ ୫ଜଣ ଉଚ୍ଚଶିକ୍ଷା ପଢ଼ିବାକୁ ଯିବା ଏବଂ ୨ଜଣର ଅନ୍ୟତ୍ର ବଳଦି ପରେ ପୁଣି ଯଥାପୁର୍ବଂକୁ ତଥା ପରଂ ଅବସ୍ଥା। ଆଉଟସୋର୍ସିଂରେ ୨୬ଜଣ ଷ୍ଟାଫନର୍ସ  ଓ ନୂଆନିଯୁକ୍ତିରେ ଆଜି ପର୍ଯ୍ୟନ୍ତ ୧୪ଜଣ ନୂଆ ଡାକ୍ତର ଯୋଗ ଦେଇଛନ୍ତି। ସେଭଳି ଏବେ ଭେଷଜ ବିଶେଷଜ୍ଞ ୩ଜଣ, ସ୍ତ୍ରୀ ଓପ୍ରସୁତି ବିଶେଷଜ୍ଞ ୪ଜଣ, ଚକ୍ଷୁ, ଇଏଣ୍ଡଟି, ଦନ୍ତ, ଅସ୍ଥିଶଲ୍ୟ, ସର୍ଜନ, ଶିଶୁ ବିଷେଜ୍ଞ ୨ଜଣ ଲେଖାଏଁ, ଚର୍ମରୋଗ ବିଶେଷଜ୍ଞ ଜଣେ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୂତ୍ରରୁ ସୂଚନା ମିଳିଛି। ଜଣେ ଲେଖାଏଁ ସର୍ଜନଓ ଶିଶୁ ବିଶେଷଜ୍ଞଙ୍କର ଅନ୍ୟତ୍ର ବଦଳି ହୋଇଛି। ଜନ ପ୍ରତିନିଧି, ବିଧାୟକ, ସାଂସଦ ଓ ସରକାର, ପ୍ରଶାସନ ଆଦି ଦୃଷ୍ଟି ଦେଇ ଖାଲିପଡ଼ିଥିବା ବିଶେଷଜ୍ଞ ଡାକ୍ତର ଓ କର୍ମଚାରୀ ପୁରଣ କରି ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।