ବୁର୍ଲା : ଭିମ୍ସାରର ଜଣେ ଏମ୍ବିବିଏସ୍ ପ୍ରଥମ ବର୍ଷ ଛାତ୍ରୀ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭିମ୍ସାର କେନ୍ଦ୍ରୀୟ ଆଇସିୟୁରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ବିଶାଖାପାଟଣା ଅଂଚଳର ଜଣେ ଛାତ୍ରୀ ବୁର୍ଲା ଭିମ୍ସାରରେ ଏମ୍ବିବିଏସ୍ ପ୍ରଥମ ବର୍ଷରେ ଅଧ୍ୟୟନ କରୁଛନ୍ତି। ଗତ ୨୫ ତାରିଖ ରାତି ପ୍ରାୟ ୧ଟା ୩୦ ମିନିଟ ସମୟରେ ସେ ରହୁଥିବା ସାବିତ୍ରୀ ଛାତ୍ରୀନିବାସର ତୃତୀୟ ମହଲାରୁ ତଳକୁ ଡେଇଁପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଉଭୟ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଭିମ୍ସାର ପକ୍ଷରୁ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ସେ କୌଣସି କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନା ଅସାବଧାନ ବଶତଃ ତଳେ ଖସି ପଡ଼ିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/jumpad.jpg)