କୋରାପୁଟ: କୋରାପୁଟପୌରପାଳିକା ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ ଓ ସ୍ଥାନୀୟ ବାସିନ୍ଦାଙ୍କ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ସ୍ଥାପନ କରିଛନ୍ତି ପାର୍କ ଓ ଓପନ୍ ଜିମ୍। ତେବେ ଏସବୁର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ଦେଖାରଖା କରୁନଥିବାରୁ ଏବେ ଏହା ଗାଇ ଗୋରୁ ଓବୁଲା କୁକୁରଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏପରି ଚିତ୍ର ସହରର ୱାର୍ଡ ନଂ ୩ରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମ୍ମୁଖରେ ଥିବା ଓପନ୍ ଜିମ୍ରେ ଦେଖିବାକୁ ମିଳିଛି। ଜିମର ଗେଟ୍ ଖୋଲା ରହିଛି। ଫଳରେ ଏହାରି ମଧ୍ୟକୁ ଅନାୟସରେ ଗାଇଗୋରୁ ଓ ବୁଲାକୁକୁର ପସି ନିଜ ଆଡ୍ଡାସ୍ଥଳୀ କରିଛନ୍ତି।
ଏହାରି ପରିସରରେ ଝାଡ଼ା ଓପରିସ୍ରା କରିବା ଫଳରେ ଏବେ ଏହି ସ୍ଥାନଟି ପୂତ୍ତିଗନ୍ଦମୟ ପରିବେଶ ସୃଷ୍ଟି କରିଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଓପନଜିମଟି ଗତ ଜାନୁଆରି ୧୮ତାରିଖ ଦିନ ଲୋକାର୍ପଣ କରାଯାଇଥିଲା। ତତ୍କାଳୀନ ବିଧାୟକ ରଘୁମରା ପଡ଼ାଲ, ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା, ପୌରଅଧ୍ୟକ୍ଷ , ଉପାଧ୍ୟକ୍ଷା, କାଉନସିଲର, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ଲୋକାର୍ପଣ କରାଯାଇଥିଲା। ୨୦ମାସ ମଧ୍ୟରେ ଏହି ପାର୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଥିବା କହିଛନ୍ତି ସ୍କୁଲକୁ ପିଲାଙ୍କୁ ଛାଡ଼ିବାକୁ ଆସୁଥିବା ଅଭିଭାବକ ଓସ୍ଥାନୀୟ ବାସିନ୍ଦା। ଏହାର ଉପଯୁକ୍ତ ଦେଖାରଖା, ରକ୍ଷଣାବେକ୍ଷଣ ପୌରପାଳିକା ପକ୍ଷରୁ କରାଯାଉନଥିବାରୁ ଏପରି ଅବସ୍ଥା ହୋଇଛି ବୋଲି ଏମାନେ କହିଛନ୍ତି। ତୁରନ୍ତ ପୌରପାଳିକା ପକ୍ଷରୁ ଏଦିଗରେ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/kpt-open-jim-2.jpg)