ରାମଚନ୍ଦ୍ରପୁର: ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଶିକାରୀ କୁକୁର ଆକ୍ରମଣରେ ଏକ ହରିଣର ମୃତ୍ୟୁ ଘଟିଛି। କୁକୁର ଆକ୍ରମଣରେ ଗୁରୁତର ହୋଇ ହରିଣଟି ଜଙ୍ଗଲ ଛାଡ଼ି ନିକଟସ୍ଥ ବିଲାବନ୍ଧ ଗ୍ରାମରେ ପଶିଯାଇଥିଲା। ଗ୍ରାମବାସୀ ସୋମବାର ତାକୁ ଉଦ୍ଧାର କରି ବନ କର୍ମଚାରୀଙ୍କୁ ଖବର ଦେଇଥିଲେ।
ବନ କର୍ମଚାରୀ ପହଞ୍ଚି ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ହରିଣଟି ଆଖିବୁଜି ଦେଇଥିଲା। ଶିକାରୀ କୁକୁର ଆକ୍ରମଣରେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହେବା ଏବଂ ସଂକ୍ରମଣ ଯୋଗୁଁ ହରିଣଟି ପ୍ରାଣ ହରାଇଥିବା ବନ କର୍ମଚାରୀ କହିଛନ୍ତି। ପରେ ହରିଣର ମୃତହେହକୁ ବରାଙ୍ଗ ଜଙ୍ଗଲର କୋର ଏରିଆ ମଧ୍ୟରେ ରଖାଯାଇ ଗୁପ୍ତ କ୍ୟାମେରା ମାଧ୍ୟମରେ ନଜର ରଖାଯାଇଛି। ଏହାଦ୍ବାରା ଶିକାରୀ ବନ୍ୟଜନ୍ତୁ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/14-1.jpg)