ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ତ ମୋଚିବାହାଳ ରେଞ୍ଜ ଅଞ୍ଚଳରେ ରବିବାର ସଂଧ୍ୟାରେ ବୁଲା କୁକୁରମାନଙ୍କର ଆକ୍ରମଣରେ ଏକ ହରିଣର ମୃତ୍ୟୁ ଘଟିଛି। ହରିଣଟି ରେଙ୍ଗାଲି ବଡ଼ମାଳ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ଏକ ଅଣ୍ତିରା ହରିଣ ଗାଁ ଆଡକୁ ଚାଲିଆସିଥିଲା।
ଗାଁର ବୁଲା କୁକୁରମାନେ ଏହା ଦେଖି ହରିଣକୁ ଗୋଡାଇ ଗୋଡାଇ କାମୁଡ଼ିଥିଲେ। ଫଳରେ ହରିଣଟିର ମୃତ୍ୟୁ ଘଟିଥିଲା। ହରିଣଟିରୁ ବୟସ ୭/୮ ବର୍ଷ ହେବ ବୋଲି ଜଣାଯାଇଛି। ସୋମବାର ହରିଣର ଶବ ବ୍ୟବଛେଦ ହେବ ବୋଲି ରେଞ୍ଜ ଅଧିକାରୀ ପ୍ରଦୀପ ସେଠୀ ସୂଚନା ଦେଇଛନ୍ତି।