ନିରାକାରପୁର: ନିରାକାରପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳୁନାହିଁ କୁକୁର କାମୁଡ଼ା ଇଞ୍ଜେକ୍ସନ। ଫଳରେ କୁକୁର କାମୁଡ଼ାର ଶିକାର ହୋଇଥିବା ବ୍ୟକ୍ତିଙ୍କ ଜୀବନ ସଙ୍କଟାପନ୍ନ ହୋଇଛି। ଗତ କିଛି ମାସ ଧରି ସ୍ଥାନୀୟ ଅଞ୍ଚଳରେ ବୁଲା କୁକୁରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି।

Advertisment

ଅନେକ ସମୟରେ ଅନେକ ଲୋକ କୁକୁର କାମୁଡ଼ାର ଶିକାର ହେଉଛନ୍ତି। ଜଳାନ୍ତକ ପ୍ରତିଷେଧକ ଇଞ୍ଜେକ୍ସନ ଉପଲବ୍ଧ ହେଉନାହିଁ। ଫଳରେ ଘରୋଇ ଭାବେ ଚଢ଼ା ଦରରେ ଏହି ଇଞ୍ଜେକସ୍‌ନ କିଣୁଛନ୍ତି।

ଯେଉଁମାଙ୍କ ଏହି ସମ୍ବଳନ ନାହିଁ ‌ସେମାନେ ଏଠାରୁ ୨୦କିଲୋମିଟର ଦୂର ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ୨୬କିମି ଦୂର ଖୋର୍ଦ୍ଧାଜିଲ୍ଲା ସରକାରୀ ଡାକ୍ତରଖାନାକୁ ଯିବାକୁ ପଡ଼ୁଛି । ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ସତ୍ୱେ ଏନେଇ ଜିଲ୍ଳା ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।  ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ଉପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୦/୧୫ଟି ପଞ୍ଚାୟତବାସୀ ନିର୍ଭର କରୁଥିବାରୁ ନିହାତି ଆବଶ୍ୟକତା ଦୃଷ୍ଟିରୁ ତୁରନ୍ତ ଏଠାରେ ତୁରନ୍ତ କୁକୁର କାମୁଡ଼ା (ଜଳାନ୍ତକ) ପ୍ରତିଷେଧକ ଇଂଜେକ୍‌ସନର ବ୍ୟବସ୍ଥା କରିବାକୁ ସାଧରଣରେ ଦାବି ହେଉଛି।